ଧାମନଗର ଉପନିର୍ବାଚନ: ସରିଗଲା ପ୍ରଚାର, ବୁଥରେ ପହଞ୍ଚିଲେ ପୁଲିଂ ପାର୍ଟି, ୩ରେ ଭୋଟ୍
ଶେଷ ହେଲା ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର । ହାଇଭୋଲଟେଜ୍ କ୍ୟାମ୍ପେନରେ କମ୍ପିଲା ଧାମନଗର ମୈଦାନ । ସେପଟେ ନିର୍ବାଚନ ପାଇଁ ବୁଥ ଆଜି ମୁହାଁ ପୁଲିଂ ପାର୍ଟି । ଗୁରୁବାର ପଡିବ ଧାମନଗର ଭୋଟ୍ ।
ଭଦ୍ରକ: ଶେଷ ହେଲା ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର । ହାଇଭୋଲଟେଜ୍ କ୍ୟାମ୍ପେନରେ କମ୍ପିଲା ଧାମନଗର ମୈଦାନ । ସେପଟେ ନିର୍ବାଚନ ପାଇଁ ବୁଥ ଆଜି ମୁହାଁ ପୁଲିଂ ପାର୍ଟି । ଗୁରୁବାର ପଡିବ ଧାମନଗର ଭୋଟ୍ । ଏନେଇ ସବୁ ପ୍ରସ୍ତୂତି ଚୂଡାନ୍ତ ପର୍ଯ୍ୟାୟରେ ।

ଆଜି ସକାଳୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ପୁଲିଂ ପାର୍ଟି, ବାଲଟ ବାକ୍ଦ , ଇଭିଏମ ବାକ୍ସ ଓ ପୁଲିଂ କାଗଜପତ୍ର ଧରି ନିଜର ନିଜର ବୁଥକୁ ବାହାରି ଯାଇଛନ୍ତି। ଧାମନଗର ବିଧାନସଭା ଉପ ନିର୍ବାଚନ ପାଇଁ ତିହିଡି ଓ ଧାମନଗର ଦୁଇଟି ବ୍ଲକ ଓ ଗୋଟିଏ ଏନଏସି ଅଞ୍ଚଳରେ ମୋଟ ୨୫୨ ଭୋଟ ଗ୍ରହଣ କେନ୍ଦ୍ର ହୋଇଥିବାବେଳେ ଏହି ସବୁ କେନ୍ଦ୍ରକୁ ନିର୍ବାଚନ ସାମଗ୍ରୀ ନେଇ ଯିବା ପାଇଁ ମୋଟ ୧୮୯ ଟି ଗାଡି ଯୋଗାଇ ଦିଆଯାଇଛି । ଦୁଇ ତାରିଖ ସଂଧ୍ୟା ସୁଦ୍ଧା ମୋଟ ୨୫୨ ଟି ବୁଥ ପାଇଁ ସବୁ ପୁଲିଂ ପାର୍ଟି ବାହାରିଯିବେ। ଏଥିପାଇଁ ପ୍ରିଜାଇଡିଂ ଅଫିସର, ପୁଲିଂ ଅଫିସର ଓ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ମିଶାଇ ମୋଟ ୧୧୦୮ ଜଣ କର୍ମଚାରୀ ୨୫୨ ଟି ବୁଥକୁ ଯାଉଛନ୍ତି। ଏହି ସବୁ ବୁଥରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ମୋଟ ୯୯୭ ଜଣ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ସେପଟେ ପ୍ରଚାର ପାଇଁ ମୈଦାନରେ ଆଜି ବହୁ ହେଭିୱେଟଙ୍କୁ ଦେଖିବାକୁ ମିଳିଛି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ୬ ନମ୍ବର ଜୋନ ଦୋଳ ସାହି ପଞ୍ଚାୟତରେ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ହୋଇଥିଲା । ଅବନ୍ତୀ ଦାସଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ବର୍ଷା । ବର୍ଷାଙ୍କ ସହ ଅନେକ ବିଜେଡି ନେତା ସାମିଲ ହୋଇଥିଲେ । ସେହିଭଳି ବିଜେଡି ଷ୍ଟାର ପ୍ରଚାରକ ଆକାଶ ଦାସ ନାୟକ ଓ ଅରିନ୍ଦମଙ୍କୁ ପ୍ରଚାର ମୈଦାନର ମଙ୍ଗ ଧରିଛନ୍ତି । ଗତକାଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭର୍ଚୁଆଲ ପ୍ରଚାର କରିଥିଲେ ।
ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି । ବିଜେପିର ବିଧାୟକ ମନ୍ତ୍ରୀ ଓ କର୍ମୀ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିଛନ୍ତି । ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ ଓ ସନ୍ତୋଷ ସିଂହ ସାଲୁଜାଙ୍କ ସହ ଅନେକ ନେତା ଦଳୀୟ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ଡୋର ଟୁ ଡୋର୍ କ୍ୟାମ୍ପେନ୍ କରିଛନ୍ତି ।
କହିରଖୁ କି, ଧାମନଗର ମୈଦାନରେ ଥିବା ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨ ଲକ୍ଷ ୩୮ ହଜାର ୪୧୭ ଜଣ ଭୋଟର । ସେଥି ମଧ୍ୟରୁ ୧ ଲକ୍ଷ ୨୩ ହଜାର ୩୮ ପୁରୁଷ ଭୋଟର ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୫ ହଜାର ୩୪୬ ରହିଛି । ଆସନ୍ତା ୩ ତାରିଖରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ ଓ ୬ ତାରିଖରେ ହେବ ଗଣତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications