ଉପମୁଖ୍ୟମନ୍ତ୍ରୀ ଆହ୍ବାନ ; ସୁଭଦ୍ରା ଦୀପ ଜାଳିବା ମହିଳା

ଆସିଲା ସୁଭଦ୍ରାର ପଞ୍ଚମ କିସ୍ତି ଟଙ୍କା । ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇଲେ ହିତାଧିକାରୀ । ଏହାସହିତ ଆଜି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଛୁଇଁଲା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିସହ ମହିଳାଙ୍କୁ ସଶକ୍ତ କରିବା ପାଇଁ ଏବଂ ସଶକ୍ତ ଓଡ଼ିଶା ଗଠନ ପାଇଁ ବହୁ ଲକ୍ଷପତି ଦିଦି ସୃଷ୍ଟି କରାଯିବ । ପ୍ରତି ଗାଁରେ ୫ ଜଣ ଲେଖାଏଁ ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । '

ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଅଙ୍ଗନବାଡି କର୍ମୀଙ୍କ ପାଇଁ ପ୍ରୋତ୍ସାହନ ରାଶି ଦିଆଯିବ । ସୁଭଦ୍ରା ଯୋଜନା ଘରେ ଘରେ ପହଞ୍ଚାଇଥିବାରୁ ସେମାନଙ୍କୁ ପ୍ରୋତ୍ସାହନ ମିଳିବ । ପ୍ରତି ଅଙ୍ଗନବାଡି କର୍ମୀଙ୍କୁ ୧୫ ଶହ ଓ ସହାୟକଙ୍କୁ ୫ ଶହ ଟଙ୍କା ମିଳିବ । ଆଉ ଦିନକ ପରେ ପୁଣି, ମାର୍ଚ୍ଚ ୮ ତାରିଖରେ ମହିଳା ଦିବସରେ, ଗୋଟିଏ ପର୍ଯ୍ୟାୟରେ ସମସ୍ତଙ୍କୁ ମିଳିବ ସୁଭଦ୍ରା ୨ୟ କିସ୍ତି । ଗୋଟିଏ ଦିନରେ ୫ ହଜାର କୋଟି ପ୍ରଦାନ କରିବେ ସରକାର । ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୨ୟ କିସ୍ତି ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

prabhati parida

ସେ ଆହୁରି କହିଛନ୍ତି ଯେ, ସୁଭଦ୍ରାର ଯୋଜନାର ଦ୍ବିତୀୟ କିସ୍ତି ମିଳିବା ପୂର୍ବରୁ ସୁଭଦ୍ରା ଦୀପ ଜାଳିବାକୁ ମହିଳାଙ୍କୁ ଆହ୍ବାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଆସନ୍ତା ୭ ତାରିଖ ସନ୍ଧ୍ୟାରେ ଗୋଟିଏ ଲେଖାଏଁ ଦୀପ ଜାଳିବାକୁ କହିଛନ୍ତି ମନ୍ତ୍ରୀ । ଯାହା ଘରେ ଯେତେଜଣ ସୁଭଦ୍ରା ତାଙ୍କ ଘରେ ସେତେଟା ଦୀପ ଜାଳନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+