୨୦୨୬ ବର୍ଷ ଲାଗି କ୍ୟାଲେଣ୍ଡର ଜାରି; ୨୯ଟି ସାଧାରଣ ଛୁଟି ତଥା ସରକାରୀ ଛୁଟି

ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬ ବର୍ଷ ଲାଗି କ୍ୟାଲେଣ୍ଡର ଜାରି କରାଯାଇଛି। ରାଜସ୍ବ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଆସନ୍ତାବର୍ଷ କ୍ୟାଲେଣ୍ଡରରେ ୨୯ଟି ସାଧାରଣ ଛୁଟି ତଥା ସରକାରୀ ଛୁଟି ରହିଛି। ୨୦୨୬ ବର୍ଷ ପାଇଁ କ୍ୟାଲେଣ୍ଡରରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ୯ଟି ଇଚ୍ଛାଧୀନ(ଅପ୍‌ଶନାଲ)ଛୁଟିର ବ୍ୟବସ୍ଥା ରହିଛି।

Calendar for 2026 released 29 public and government holidays

ବିଜ୍ଞପ୍ତି ଅନୁଯାୟୀ, ମକର ସଂକ୍ରାନ୍ତି(୧୪ ଜାନୁଆରୀ)ରୁ ସରକାରୀ ଛୁଟି ଆରମ୍ଭ ହେଉଛି। ଏହାପରେ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ଜୟନ୍ତୀ/ବସନ୍ତ ପଞ୍ଚମୀ ପାଇଁ ୨୩ ଜାନୁଆରୀ ଛୁଟି ଘୋଷଣା କରାଯାଇଥିବାବେଳେ ଗଣତନ୍ତ୍ର ଦିବସ(୨୬ ଜାନୁଆରୀ), ଦୋଳପୂର୍ଣ୍ଣିମା(୩ ମାର୍ଚ୍ଚ), ହୋଲି(୪ ମାର୍ଚ୍ଚ), ଇଦ୍‌-ଉଲ୍‌-ଫିତର(୨୧ ମାର୍ଚ୍ଚ), ଶ୍ରୀରାମନବମୀ(୨୭ ମାର୍ଚ୍ଚ), ଉତ୍କଳ ଦିବସ(୧ ଏପ୍ରିଲ), ଗୁଡ୍‌ ଫ୍ରାଇଡେ(୩ ଏପ୍ରିଲ), ଡ. ବି.ଆର୍‌. ଆମ୍ବେଦ୍‌କର ଜୟନ୍ତୀ/ମହା ବିଷୁବ ସଂକ୍ରାନ୍ତି (୧୪ ଏପ୍ରିଲ), ବୁଦ୍ଧ ପୂର୍ଣ୍ଣିମା(ମେ ୧), ସାବିତ୍ରୀ ଅମାବାସ୍ୟା (ମେ ୧୬), ଇଦ୍‌-ଉଲ୍‌-ଜୁହା(ମେ ୨୭), ରଜ ସଂକ୍ରାନ୍ତି(୧୫ ଜୁନ୍‌), ମହରମ୍‌(୨୬ ଜୁନ୍‌), ରଥଯାତ୍ରା(୧୬ ଜୁଲାଇ), ସ୍ବାଧୀନତା ଦିବସ(୧୫ ଅଗଷ୍ଟ), ପ୍ରୋଫେଟ୍‌ ମହମ୍ମଦଙ୍କ ଜନ୍ମଦିବସ(୨୬ ଅଗଷ୍ଟ), ଝୁଲଣ ପୂର୍ଣ୍ଣିମା(୨୭ ଅଗଷ୍ଟ), ଜନ୍ମାଷ୍ଟମୀ(୪ ସେପ୍ଟେମ୍ବର), ଗଣେଶ ପୂଜା(୧୪ ସେପ୍ଟେମ୍ବର), ନୂଆଖାଇ(୧୫ ସେପ୍ଟେମ୍ବର), ନୂଆଖାଇ ପରଦିନ(୧୬ ସେପ୍ଟେମ୍ବର), ଗାନ୍ଧୀ ଜୟନ୍ତୀ(ଅକ୍ଟୋବର ୨), ମହାସପ୍ତମୀ(୧୭ ଅକ୍ଟୋବର), ମହାନବମୀ(୧୯ ଅକ୍ଟୋବର), ବିଜୟାଦଶମୀ(୨୦ ଅକ୍ଟୋବର), ରାସ ପୂର୍ଣ୍ଣିମା(୨୪ ନଭେମ୍ବର) ଏବଂ ବଡ଼ଦିନ(୨୫ ଡିସେମ୍ବର) ଅନ୍ତର୍ଭୁକ୍ତ।
ସେହିପରି ସରକାରୀ କର୍ମଚାରୀଙ୍କ ଇଚ୍ଛାଧୀନ ଛୁଟି ତାଲିକାରେ ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମଦିବସ(୬ ଜାନୁଆରୀ), ସବ୍‌-ଏ-କଦର(୧୭ ମାର୍ଚ୍ଚ), ଇଷ୍ଟର ସଟରଡେ(୪ ଏପ୍ରିଲ), ରାଜା ରାମମୋହନ ରାୟଙ୍କ ଜନ୍ମଦିବସ(୨୨ ମେ), ବାହୁଡ଼ା ଯାତ୍ରା (୨୪ ଜୁଲାଇ), ବ୍ରହ୍ମ ସମାଜର ସ୍ଥାପନା ଦିବସ (୨୦ ଅଗଷ୍ଟ), ଅଁଳାନବମୀ (୧୮ ନଭେମ୍ବର), ପ୍ରଥମାଷ୍ଟମୀ (୧ ଡିସେମ୍ବର) ଏବଂ କ୍ରିସ୍‌ମସ୍‌ ଇଭ୍‌ (୨୪ ଡିସେମ୍ବର) ରହିଛି। ତେବେ ଆସନ୍ତାବର୍ଷ ସରକାରୀ କର୍ମଚାରୀଙ୍କ ପାଇଁ ୬ ଦିନର ଛୁଟି ଏକପ୍ରକାର ମହଙ୍ଗା ସାବ୍ୟସ୍ତ ହେବାକୁଯାଉଛି। ୫ଟି ଛୁଟି ରବିବାର ପଡ଼ୁଥିବାବେଳେ ମହାଳୟା ଦ୍ୱିତୀୟ ଶନିବାର ଛୁଟିଦିନ ପଡୁଛି। ରବିବାର ପଡୁଥିବା ଛୁଟି ମଧ୍ୟରେ ମହାଶିବରାତ୍ରି (୧୫ ଫେବୃଆରୀ), ପହିଲି ରଜ(୧୪ ଜୁନ୍‌), ମହାଷ୍ଟମୀ(୧୮ ଅକ୍ଟୋବର), କୁମାରପୂର୍ଣ୍ଣିମା(୨୫ ଅକ୍ଟୋବର) ଏବଂ ଦୀପାବଳି(୮ ନଭେମ୍ବର) ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+