ସିଏଜି ରିପୋର୍ଟ ଖୋଲିଦେଲା କେଳେଙ୍କାରୀ; ବିଶ୍ୱବିଦ୍ୟାଳୟରେ ମନଇଚ୍ଛା ଟଙ୍କା ଖର୍ଚ୍ଚ
ସିଏଜି ରିପୋର୍ଟ ଖୋଲିଦେଲା ବିଶ୍ବବିଦ୍ୟାଳୟରେ ହୋଇଥିବା ମନଇଚ୍ଛା ଟଙ୍କା ଖର୍ଚ୍ଚର କେଳେଙ୍କାରୀ । ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ଲାଗି ସରକାର ବିଶ୍ବବିଦ୍ୟାଳୟଗୁଡ଼ିକୁ କୋଟି କୋଟି ଟଙ୍କାର ଅନୁଦାନ ଦେଉଛନ୍ତି । କିନ୍ତୁ ତାହା ଯେଉଁ କାମରେ ଲାଗିବା କଥା ଲାଗୁନାହିଁ। ସିଏଜିଙ୍କ ଅଡିଟ୍ ରିପୋର୍ଟରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ଉତ୍କଳ ବିଶ୍ବବିଦ୍ୟାଳୟକୁ ୨୦୧୫-୨୦ରେ ମିଳିଥିଲା ୧୮ କୋଟି ଟଙ୍କାର ଅନୁଦାନ
ଚାରିଟି ଡିଜି ସେଟ୍ କିଣିବାରେ ୩୭.୦୮ ଲକ୍ଷ ଏବଂ ସାଇନ୍ବୋର୍ଡ କିଣାରେ ୨୧.୪୯ ଲକ୍ଷ ଟଙ୍କା ଖର୍ଚ୍ଚ
କୁଳପତିଙ୍କ ଡାଇନିଂ ଟେବୁଲ, ସୋଫା, ଶଯ୍ୟା ଓ ଚୌକି କିଣାରେ ୬.୪୮ ଲକ୍ଷ ଟଙ୍କା ଖର୍ଚ୍ଚ
୧.୩୮ କୋଟି ଟଙ୍କାରେ କିଣାଯାଇଥିବା ୧୮୧ ଡେସ୍କଟପ୍ ଓ ୮୮ ଲ୍ୟାପ୍ଟପ୍ କିଣାଯାଇଥିଲା
ସେହି ଲାପ୍ଟପ୍ଗୁଡ଼ିକୁ ବିଭିନ୍ନ ବିଭାଗର ଷ୍ଟାଫ୍ମାନଙ୍କ ଭିତରେ ବାଣ୍ଟିଦିଆଯାଇଥିଲା
୧୬ଟି ଲ୍ୟାପ୍ଟପ୍ ଦୁଇବର୍ଷ ପର୍ଯ୍ୟନ୍ତ ବ୍ୟବହାର ନ ହୋଇ ପଡ଼ିରହିଥିଲା
ଚଣ୍ଡିଖୋଲରେ ୫.୭୫ କୋଟି ଟଙ୍କା ବ୍ୟୟରେ ଏକ କୋଠା ନିର୍ମାଣ କରିଥିଲେ
କିନ୍ତୁ ସେଥିପାଇଁ ବିଦ୍ୟୁତ୍ ସଂଯୋଗର ବ୍ୟବସ୍ଥା କରିବାକୁ ଭୁଲିଗଲେ
ପରେ କୋଠାର ଅନେକ ବୈଦ୍ୟୁତିକ ଉପକରଣ, ସାନିଟାରି ଫିଟିଙ୍ଗ୍ସ ଓ ଗ୍ରିଲ୍ ଚୋରି ହୋଇଗଲା
କମ୍ପ୍ୟୁଟର କିଣାରେ ଅନିୟମିତତା କେବଳ ଉତ୍କଳ ବିଶ୍ବବିଦ୍ୟାଳୟରେ ସୀମିତ ନଥିଲା
ବିପିୟୁଟିରେ ମଧ୍ୟ ୧୮୦ଟି ଡେସ୍କଟପ୍ କମ୍ପ୍ୟୁଟର କିଣି ତାହାକୁ ବିଭିନ୍ନ ବିଭାଗ ଭିତରେ ବାଣ୍ଟି ଦିଆଯାଇଥିଲା
ରମାଦେବୀ ମହାବିଦ୍ୟାଳୟରେ ପ୍ରକଳ୍ପର ମୂଲ୍ୟ ୪୦.୫୭ କୋଟି ଟଙ୍କାରୁ ୫୫.୬୭ କୋଟି ଟଙ୍କାକୁ ବୃଦ୍ଧି












Click it and Unblock the Notifications