କ୍ୟାବିନେଟ ବୈଠକ: ସାଧାରଣ ପ୍ରଶାସନ ବିଭାଗର ତିନୋଟି ପ୍ରସ୍ତାବରେ ବାଜିଲା ମୋହର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ବିଳମ୍ୱିତ ରାତିରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ରାଜ୍ୟ ମନ୍ତ୍ରୀ ପରିଷଦ ଓ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟକୁ ରାଜ୍ୟ ମନ୍ତ୍ରୀ ପରିଷଦ ମଂଜୁରୀ ଦେଇଛି । ସେହିପରି ସାଧାରଣ ପ୍ରଶାସନ ବିଭାଗର ତିନୋଟି ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।
ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଶୀତକାଳୀନ ଅଧିବେଶନରେ ମୋହନ ସରକାର ଆଣିବାକୁ ଯାଉଛନ୍ତି ୨୦୨୫-୨୬ ଆର୍ଥିକବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ । ଏଥର ରାଜ୍ୟ ସରକାର ପ୍ରାୟ ୧୩ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଆଣିବେ ବୋଲି ଆକଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସୋମବାର ବିଳମ୍ବିତ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ । ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟକୁ ମଂଜୁରୀ ମିଳିଛି । ସୁଭଦ୍ରା, ପକ୍କାଘର, ମିଶନ ଶକ୍ତି, ଜଳ ସେଚନ, ସବୁ ଘରକୁ ବିଦ୍ୟୁତ ଯୋଗାଣ ଭଳି ଯୋଜନା ପାଇଁ ଅଧିକ ବ୍ୟୟବରାଦ କରାଯିବାର ସମ୍ଭାବନା ରହିଛି ।

ମନ୍ତ୍ରୀ ପରିଷଦ ବୈଠକରେ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ ବୈଠକ । ଏଥିରେ ସାଧାରଣ ପ୍ରଶାସନ ବିଭାଗର ତିନୋଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟତଃ ନିଯୁକ୍ତି ଭିତ୍ତିକ ନିୟମାବଳୀ ସଂଶୋଧନ ପ୍ରସ୍ତାବକୁ ଆଜି କ୍ୟାବିନେଟ ମଂଜୁରୀ ଦେଇଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର କହିଛନ୍ତି, "ରାଜ୍ୟ ସରକାର ଗ୍ରୁପ-ବି ଓ ଗ୍ରୁପ-ସି ଅନ୍ତର୍ଗତ ସ୍ବତନ୍ତ୍ର ସେବା ପଦବୀରେ ନିଯୁକ୍ତି ପାଇଁ ମିଳିତ ସ୍ନାତକ ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ - ୨୦୨୨ର ସିଡୁଲ-୧ରେ ସଂଶୋଧନ କରିଛନ୍ତି । ୧୪ଟି ନୂଆ ପଦବୀକୁ ସାମିଲ କରିବାକୁ କ୍ୟାବିନେଟ ମଂଜୁରୀ ଦେଇଛି ।"
ଷ୍ଟାଫ ସିଲେକ୍ସନ କମିଶନ ୩୯ ସ୍ବତନ୍ତ୍ର ପଦବୀ ପାଇଁ ପରୀକ୍ଷା ପଚିଚାଳିତ କରିବେ
ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କହିବା ଅନୁଯାୟୀ, ୪ଟି ପଦବୀକୁ ଏହି ପ୍ରକ୍ରିୟାରୁ ବାଦ ଦେବାକୁ ନିଷ୍ପତ୍ତି ହୋଇଛି । କାରଣ ସେସବୁ ପଦବୀ ୟୁନିଫର୍ମ ସେବା ପାଇଁ ହୋଇଥିବାରୁ ତାକୁ ୟୁନିଫର୍ମ ସେବା କମିଶନକୁ ହସ୍ତାନ୍ତର କରାଯାଇଛି । ପୂର୍ବରୁ ସିଡୁଲ-୧ରେ ୨୯ଟି ପଦବୀ ପାଇଁ ମିଳିତ ସ୍ନାତକ ପରୀକ୍ଷା ହେଉଥିଲା । ନୂଆ ପଦବୀକୁ ମିଶାଇ ଏବେ ରାଜ୍ୟ ଷ୍ଟାଫ ସିଲେକ୍ସନ କମିଶନ ୩୯ଟି ସ୍ବତନ୍ତ୍ର ପଦବୀକୁ ମିଳିତ ସ୍ନାତକ ପରୀକ୍ଷାରେ ପଚିଚାଳିତ କରିବେ ।
ସେହିଭଳି ରାଜ୍ୟ ସରକାରଙ୍କ ଗ୍ରୁପ-ବି ଓ ଗ୍ରୁପ-ସି ଅନ୍ତର୍ଗତ ବିଭିନ୍ନ ସେବା ଓ ପଦବୀ ପାଇଁ ମିଳିତ ସ୍ନାତକ ସ୍ତରର ନିଯୁକ୍ତି ନିୟମାବଳୀ- ୨୦୨୨ର ସିଡୁଲ-୩ରେ ମଧ୍ୟ ସଂଶୋଧନ କରିଛନ୍ତି । ଏଥିରେ ପୂର୍ବରୁ ୨୦ଟି ବିଭିନ୍ନ ପଦବୀ ପାଇଁ ମିଳିତ ପରୀକ୍ଷା ହେଉଥିବା ବେଳେ କ୍ୟାବିନେଟ ଆଉ ୪ଟି ପଦବୀକୁ ଏଥିରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥି ସହିତ ଏଣିକି ଷ୍ଟାଫ ସିଲେକସନ କମିଶନ ବିଭିନ୍ନ ବିଭାଗ ଓ ବିଭାଗୀୟ ମୁଖ୍ୟ ଦପ୍ତରଙ୍କ ଆବଶ୍ୟକତା ଅନୁଯାୟୀ ଖାଲିଥିବା ପଦବୀ ପାଇଁ ସେହିବର୍ଷ ଥରେ ମାତ୍ର ବିଜ୍ଞପ୍ତି କରି ପରୀକ୍ଷା କରିବ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications