ସରିଲା କ୍ୟାବିନେଟ୍ ବୈଠକ;୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର
: ସରିଲା ରାଜ୍ୟ କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ୧୦ ବିଭାଗର ୧୨ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ। ରାଜ୍ୟ ସମବାୟ ନୀତିକୁ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଛି । ଜାତୀୟ ଢାଞ୍ଚାରେ ହେବ ନୀତି । ଦୁବାଇ ସିଙ୍ଗାପୁର ପାଇଁ ମାର୍ଚ୍ଚ ଯାଏଁ ବିମାନ ସେବା ଜାରି ରହିବ ।
ମାର୍ଚ୍ଚ ଯାଏଁ ଦୁବାଇ ଏବଂ ସିଙ୍ଗାପୁରକୁ ଜାରି ରହିବ ବିମାନ ଉଡାଣ କ୍ୟାବିନେଟ ବୈଠକରେ ନିଷ୍ପତ୍ତି । ପରବର୍ତ୍ତୀ ସମୟରେ ଏହା ଚାଲୁ ରହିବ କି ନାହିଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ।ଏହାସହ ଓଡ଼ିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେଶ ସାମଗ୍ରୀ । ଏନେଇ କ୍ୟାବିନେଟ ବୈଠକରେ ବାଜିଛି ମୋହର ।ଶିଳ୍ପ ବିଭାଗର କଲ୍ୟାଣୀ ଗ୍ରୁପ ତରଫରୁ ଇଣ୍ଡିଗ୍ରେଟେଡ଼ ନ୍ୟୁ ଏଜ ମାନୁଫେକଚର କମ୍ପ୍ଲେକ୍ସ ଢେଙ୍କାନାଳର ଗଜମରା ଠାରେ ୧୧ ସହ ଏକର ଜମିରେ ନିର୍ମାଣ ହେବ । ୧୭ ହଜାର ୨୫୦ କୋଟି ଟଙ୍କାର ନିବେଶ ହେବ । ୨୦ ହଜାର ନିଯୁକ୍ତି ସୃଷ୍ଟି ହେବ । ଟାଇଟନିୟମ, ସ୍ପେଶାଲ ଷ୍ଟିଲ, ଅଟୋ କମ୍ପନେଟ, ଏରୋସ୍ପେଶ, ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ।

ଅପରପକ୍ଷରେ ୧୭ତମ ବିଧାନସଭାର ବଜେଟ ଅଧିବେଶନ ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ପକ୍ଷରୁ ୨୦ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରାଯିବ। ଫେବୃଆରୀ ୧୭ରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ୨ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୯ଟି କାର୍ଯ୍ୟ ଦିବସ ରହିଛି। ୧୭ରେ ଗୃହକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି ସମ୍ବୋଧିତ କରିବେ। ଏହାପରେ ରାଜ୍ୟପାଳଙ୍କ ସମ୍ବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୦ ତାରିଖରେ ଗୃହରେ ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ।












Click it and Unblock the Notifications