୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍‌ରେ ଅନୁମୋଦନ

ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ବିଭିନ୍ନ ଜିଲ୍ଲାରେ ୩୮ଟି ଆଧୁନିକ ମଣ୍ଡି ଖୋଲିବେ। କ୍ୟାବିନେଟ୍‌ରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ମଣ୍ଡିଗୁଡ଼ିକରେ ଚାଷୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧା ରହିବ। ବିଶ୍ରାମ, ପାନୀୟଜଳ, ଶୌଚାଳୟ, ପାର୍କିଂ ଇତ୍ୟାଦି ଏଥିରେ ସାମିଲ ରହିଛି। ଏହା ଦ୍ବାରା ଚାଷୀମାନଙ୍କୁ ଭଲ ସୁବିଧା ମିଳିବ। ଏହି ପ୍ରକଳ୍ପରେ ମୋଟ୍‌ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥି ପାଇଁ ଆରଏମ୍‌ସି ୧୫୦ କୋଟି ଟଙ୍କା ଖର୍ଚ୍ଚ କରିବ ଏବଂ ରାଜ୍ୟ ସରକାର ୧୫୦ ଟଙ୍କା ଖର୍ଚ୍ଚ ଦେବେ।

ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବୈଠକରେ ଆଜି ୬ଟି ବିଭାଗର ୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାର କୃଷି, ଅର୍ଥ, ସ୍ବାସ୍ଥ୍ୟ, ପରିବହନ, ସଂସ୍କୃତି ଓ ସମବାୟ ବିଭାଗରୁ ଏହି ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ଦେଇଛନ୍ତି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

odisha
ଶ୍ରୀ ଆହୁଜା କହିଛନ୍ତି, ବିମାନ ସେବା କ୍ଷେତ୍ରରେ ଓଡ଼ିଶା ଆଞ୍ଚଳିକ ହବ୍‌ରେ ପରିଣତ ହେବ। ବିଶ୍ୱସ୍ତରୀୟ ରକ୍ଷଣାବେକ୍ଷଣା ବ୍ୟବସ୍ଥା ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସୃଷ୍ଟି ହେବ। ବିମାନ ରକ୍ଷଣାବେକ୍ଷଣ ପାଇଁ ୪୦ ପ୍ରତିଶତ ସବସିଡିରେ ସରକାର ଜମି ରେଣ୍ଟ ଦେବେ। ଭୁବେନେଶ୍ୱର ବିମାନବନ୍ଦର ଭିତରେ ଜାଗା ଦେବେ। ରାଜ୍ୟ ସରକାର ଏମ୍‌ଏସ୍‌ ଏୟାର ୱାର୍କସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନିକୁ ଚୟନ କରିଛନ୍ତି।

ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଗୁରୁତ୍ବ ଦେଉଛନ୍ତି। ଏହାର ଅଧିକ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେଇଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗରେ ସ୍ୱତନ୍ତ୍ର ସଂଗ୍ରହଳୟ ପାଇଁ ନିଯୁକ୍ତି ପାଇଁ କ୍ୟାଡର ଗଠନ ହେବ। ଏଥିରେ ଅତିରିକ୍ତ ସଚିବ ପାହ୍ୟା ଅଧିକାରୀ ମୁଖ୍ୟ ରହିବେ। ବର୍ତ୍ତମାନ ସମୟରେ ରାଜ୍ୟରେ ମୋଟ୍‌ ୧୭ଟି ସଂଗ୍ରହାଳୟ ଥିବା ବେଳେ ଆଗାମୀ ଦିନରେ ଆହୁରି ୩୯ଟି ସଂଗ୍ରାହାଳୟ ପ୍ରତିଷ୍ଠା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଆହୁଜା କହିଛନ୍ତି, ସହରାଞ୍ଚଳରେ ଆଲୋକୀକରଣ ପାଇଁ ସରକାର ଏଲ୍‌ଇଡି ଲାଇଟ ଲଗାଇବାକୁ ପଦକ୍ଷେପ ନେଇଛନ୍ତି। ନୂଆ ଲାଇଟ ଲାଗିବା ସହ ପୁରୁଣା ଲାଇଟ ମରାମତି କରାଯିବ। ଏଥି ପାଇଁ ୩୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ସମ୍ବଲପୁର ସହରବାସୀଙ୍କୁ ୨୪ ଘଣ୍ଟିଆ ପାଣି ମିଳିବ। ହୀରାକୁଦ ଡ୍ୟାମ୍‌ରୁ ପାଣି ଅଣାଯିବ। ଏଥି ପାଇଁ ୩୮୨ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟରେ ଏବେ ୮ଟି ସରକାରୀ ନର୍ସିଂ କଲେଜ ପରିଚାଳିତ ହେଉଛି। ୨୧ଟି ଏଏନ୍‌ଏମ୍‌ ସେଣ୍ଟର ରହିଛି। ସରକାର ଆହୁରି ୭ଟି ନୂଆ ନର୍ସିଂ କଲେଜ ଖୋଲିବେ। ଏଥି ସହିତ ଓଡ଼ିଶା ନର୍ସିଂ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+