ଉପରେ କୋବି , ଭିତରେ ଗଞ୍ଜେଇ ; ମାଡି ବସିଲା ଏନସିବିର ସ୍ପେସିଆଲ ସ୍କ୍ୱାର୍ଡ
ଉପରେ କୋବି । ଭିତରେ ଗଞ୍ଜେଇ । କୋବିକୁ ଢାଲ କରି ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଗାଡିକୁ ସୁରକ୍ଷା ଦେଉଥିଲା ଏକ ସ୍କର୍ପିଓ । ରାତି ତମାମ ଗାଡିକୁ ଫଲୋ କରିବା ପରେ ମାଡି ବସିଲା ଏନସିବିର ସ୍ପେସିଆଲ ସ୍କ୍ୱାର୍ଡ। ଜବତ ହେଲା ୨୩ ବସ୍ତା ଗଞ୍ଜେଇ । କପ୍ତିପଦା ଥାନା ନୂଆସାହି ଭରଡାଛକ ନିକଟରୁ ପ୍ରାୟ ୧ କୋଟି ଟଙ୍କାର ଗଞ୍ଜେଇ ଜବତ । କେଉଁଝରରୁ ଏକ ପିକଅପ ଭ୍ୟାନରେ କୋବି ଭିତରେ ଗଞ୍ଜେଇ ବସ୍ତା ରଖି ବାରିପଦା ଆସୁଥିଲା । ଗଞ୍ଜେଇ ସହ ଗାଡିକୁ ସୁରକ୍ଷା ଦେଉଥିବା ଏକ ସ୍କର୍ପିଓକୁ ମଧ୍ୟ ଏନସିବି ଜବତ କରିଛି । ଏହା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଘଟଣା ସ୍ଥଳରୁ ଦୁଇ ଜଣ ଗଞ୍ଜେଇ ମାଫିଆ ଖସି ଯାଇଥିବା ଜଣାପଡିଛି । ଜବତ ଗଞ୍ଜେଇର ମୂଲ୍ୟ ୧ କୋଟିରୁ ଅଧିକ ହେବ ।













Click it and Unblock the Notifications