ଆଜି ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସି.ପି. ରାଧାକ୍ରିଷ୍ଣନ୍
ଆଜି ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସି.ପି. ରାଧାକ୍ରିଷ୍ଣନ୍ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ରାଷ୍ଟ୍ରପତି ଭବନରେ ଶପଥ ସମାରୋହ । ଇଣ୍ଡି ମେଣ୍ଟର ବି. ସୁଦର୍ଶନ ରେଡ୍ଡିଙ୍କୁ ହରାଇ ଜିତିଛନ୍ତି ସି.ପି. ରାଧାକ୍ରିଷ୍ଣନ୍ । ଗତକାଲି ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ସି.ପି. ରାଧାକ୍ରିଷ୍ଣନ୍ ।

ମଙ୍ଗଳବାର ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନ ୪୫୨ ଭୋଟ ପାଇଥିଲେ। ସେହିପରି ବିପକ୍ଷ ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡି ୩୦୦ଟି ଭୋଟ ପାଇଥିଲେ ।
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ଭୋଟରଙ୍କ ସଂଖ୍ୟା ୭୮୮ । ତେବେ ୭ଟି ପଦବୀ ଖାଲି ଥିବାରୁ, ଭୋଟରଙ୍କ ପ୍ରଭାବୀ ସଂଖ୍ୟା ୭୮୧ ଥିଲା। ମଙ୍ଗଳବାର ଦିନ ହୋଇଥିବା ମତଦାନରେ ୭୬୮ ଜଣ ସାଂସଦ ସେମାନଙ୍କର ମତଦାନ ଦେଇଥିଲେ, ଯେତେବେଳେ କି ୧୩ ଜଣ ସଦସ୍ୟ ଅନୁପସ୍ଥିତ ଥିଲେ । ଅନୁପସ୍ଥିତଙ୍କ ମଧ୍ୟରେ ଓଡ଼ିଶାର ବିଜେଡ଼ି ସାଂସଦମାନେ ଅନ୍ତର୍ଭୁକ୍ତ ।












Click it and Unblock the Notifications