For Quick Alerts
Turn On Notification  
For Daily Alerts
Oneindia App Download

ଦୀର୍ଘ ୫୦ ହଜାର ବର୍ଷ ପରେ ଓଡ଼ିଶା ଆକାଶରେ ଦେଖାଗଲା ଧୂମକେତୁ, ନା ରହିଛି C-2022-E3

ରାଜଧାନୀ ଆକାଶରେ ଦେଖାଗଲା ଧୂମକେତୁ । ଏହି ଧୂମକେତୁର ନାଁ ରହିଛି C-2022-E3 । ୫୦ ହଜାର ବର୍ଷ ପରେ ପୁଣି ଏହି ଧୂମକେତୁ ଦେଖା ଦେଇଛି ।

|

ଭୁବନେଶ୍ୱର: ରାଜଧାନୀ ଆକାଶରେ ଦେଖାଗଲା ଧୂମକେତୁ । ଏହି ଧୂମକେତୁର ନାଁ ରହିଛି C-2022-E3 । ୫୦ ହଜାର ବର୍ଷ ପରେ ପୁଣି ଏହି ଧୂମକେତୁ ଦେଖା ଦେଇଛି । ଭୁବନେଶ୍ୱର ସମେତ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ଏହି ଧୂମକେତୁ ଦେଖା ହେଉଛି । ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

C-2022-E3 Comet

ଫେବ୍ରୁଆରୀ ୧ ତାରିଖରେ ହେବ ପୃଥିବୀର ନିକଟତର । ଖାଲି ଆଖିରେ ଦେଖିପାରିବେ ଲୋକେ । ଉତ୍ତର-ପୂର୍ବ ଦିଗରେ ସନ୍ଧ୍ୟା ସାଢେ ୭ ଟା ବେଳକୁ ଉଦୟ ହେବ । ପ୍ରାୟ ୧୫ ରୁ ୧୬ ଡିଗ୍ରୀ ଉପରେ ରହିବ ଧୂମକେତୁ। ରାତି ବଢିବା ସାଙ୍ଗକୁ ଧୀରେ ଧୀରେ ଉପରକୁ ଉଠିବ। ୪ ରୁ ୫ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଦୃଶ୍ୟମାନ ହେବ। ଏହା ଏକ ବଡ ଧୂମକେତୁ । ତେବେ ଭାଇରାଲ ହେଉଥିବା ଫଟୋଟି ଫଟୋଗ୍ରାଫର ରାକେଶ ରାଉଳ ନିଜ ଟେଲି ଲେନସରେ କଏଦ ହୋଇଛି ।

ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଯେତେ ବେଳେ ଗୋଟିଏ ଧୂମକେତୁ ଆବଷ୍କାର ହୋଇଥାଏ । ପ୍ରଥମେ ତାକୁ କ୍ୟାଟେଗୋରୀ A, B, C କରାଯାଇଥାଏ। ସେହି ଦୃଷ୍ଟିରୁ ଏହି ଧୂମକେତୁକୁ ପ୍ରଥମେ C ଦିଆଯାଇଛି। ଯେହେତୁ ଏହା ୨୦୨୨ ମସିହାରେ ଆବିଷ୍କୃତ ହୋଇଥିଲା, ସେଥିପାଇଁ C-୨୦୨୨ ରଖାଯାଇଛି। E3 ହେଉଛି ଗୋଟିଏ ନମ୍ୱର। E3ର ଅର୍ଥ ହେଉଛି, ସେହି ମାସ କେତୋଟି ଧୂମକେତୁ ଆବିଷ୍କୃତ ହୋଇଛନ୍ତି । ତା' ହାଛଡ଼ା ଯେଉଁ ବୈଜ୍ଞାନିକ ବା ଅନୁଷ୍ଠାନ ଆବିଷ୍କାର କରିଥାଆନ୍ତି, ତା'ର ନାଁଟି ମଧ୍ୟ ଯୋଡ଼ି ଦିଆଯାଇ ଥାଏ। ଯେମିତି ଏହି ଧୂମକେତୁ ସହିତ ଯୋଡ଼ି ଦିଆଯାଇଛି ZWT । ZWT ହେଉଛି ଗୋଟିଏ ସଂସ୍ଥା, ଯିଏ ଏହି ଧୂମକେତୁକୁ ଆବିଷ୍କାର କରିଛି ।

ଉତ୍ତର ଗୋଲାର୍ଦ୍ଧର ସବୁ ସ୍ଥାନରେ ଦେଖାଯିବ ଏହି ଧୂମକେତୁ । ଦେଶର ଯେତେ ଉପରକୁ ଯିବା ଯଥା ଦିଲ୍ଲୀ, କାଶ୍ମୀର ଆଦିରେ ସେତେ ଉପରକୁ ଦେଖାଯିବ । ପ୍ରତିବର୍ଷ ୨୦ ରୁ ୨୫ ଟି ଧୂମକେତୁ ସୂର୍ଯ୍ୟ ନିକଟରେ ରହିଥାଏ ଏବଂ ପୃଥିବୀ ପାଖ ଦେଇ ଯାଇଥାଏ। ସେମାନଙ୍କର ଆକାର ଅନୁସାରେ ଦୂରତା ଅଧିକ ଥିବାରୁ ଦେଖିବା ସମ୍ଭବ ହୁଏନି । କିନ୍ତୁ ବୈଜ୍ଞାନିକ ମାନେ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟ ରେ ଧୂମକେତୁ ଗୁଡିକର ଗତିବିଧି ଲକ୍ଷ କରନ୍ତି । ତେବେ ଭୁବନେଶ୍ବର ମଧ୍ୟରେ ଲାଇଟ ପ୍ରଦୂଷଣ ଅଧିକ ଥିବାରୁ ଦେଖାଯିବା ଆଶା କମ୍ ରହିଛି । କିନ୍ତୁ ଭୁବନେଶ୍ୱର ଉପକଣ୍ଠରେ ଲାଇଟ ପ୍ରଦୂଷଣ କମ ସ୍ଥାନରେ ଏହା ସ୍ପଷ୍ଟ ଦେଖାଯିବ ।

୨୦୦୫ ମସିହାରେ ହାଲ୍‌ବପ୍‌ ନାମକ ଗୋଟିଏ ଧୂମକେତୁକୁ ଖାଲି ଆଖିରେ ଦେଖା ଦେଇଥିଲା । ସେହିପରି ୨୦୨୦ ମସିହାରେ ନ୍ୟୁଆଇଜ୍‌ ନାମକ ଏକ ଧୂମକେତୁ ଦେଖା ଦେଇଥିଲା । ଏବେ ଦେଖା ଦେଉଥିବା ଧୂମକେତୁ ସୂର୍ଯ୍ୟ ଚାରି ପାଖରେ ଥରେ ବୁଲିବାକୁ ୫୦ ହଜାର ବର୍ଷ ନେବ। ତା'ର ଅର୍ଥ ଏହି ଧୂମକେତୁ ୫୦ ହଜାର ବର୍ଷରେ ଥରେ ଦେଖା ଦେଇଥାଏ ବୋଲି ସେ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
C-2022-E3 Comet Captured by Photographer in Odisha Sky
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X