ଆଜି ସନ୍ଧ୍ୟା ସୁଦ୍ଧା କଟକ ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦ ପାଣି

ODISHA FLOOD 2022:ଆଜି ସନ୍ଧ୍ୟା ସୁଦ୍ଧା କଟକ ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦ ପାଣି ,ହୀରାକୁଦର ୩୪ଟି ଗେଟ୍ ଦେଇ ବନ୍ୟାପାଣି ପ୍ରବାହିତ ହେଉଛି

ଭୁବନେଶ୍ୱର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି ଫଳରେ ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ହୀରାକୁଦର ୩୪ଟି ଗେଟ୍ ଦେଇ ବନ୍ୟାପାଣି ପ୍ରବାହିତ ହେଉଛି । ଆଉ ଗେଟ୍ ଖୋଲା ଯିବ ନାହିଁ ବୋଲି ସୂଚନା ରହିଛି । ଆଜି ସନ୍ଧ୍ୟା ସୁଦ୍ଧା କଟକ ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ । ମୁଣ୍ତଳି ଦେଇ ୧୦ରୁ ସାଢେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ତେବେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଛି ବୋଲି SRCଙ୍କ ପକ୍ଷରୁ ସୂଚନା ରହିଛି ।

ODISHA hirakud

ଆଜି ରାଜ୍ୟର କିଛି ସ୍ଥାନରେ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ପାଣି ପଶିଯିବାରୁ ସେମାନଙ୍କୁ ସ୍ଥାନୀୟ ସ୍କୁଲ ଘର ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ରାସନ ସମାଗ୍ରୀ ଓ ରନ୍ଧା ଖାଦ୍ୟ ଯୋଗାଯିବାକୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

d

ସେପଟେ ନରାଜରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ୨୬ ଦଶମିକ ୪୧ ମିଟର ବିପଦ ସଙ୍କେତ ଥିବା ବେଳେ ଏହା ଉପରେ ଜଳ ପ୍ରବାହିତ ହେଉଛି । ସେହିପରି ଜଳକା ନଦୀ ମଧ୍ୟ ବିପଦ ସଂକେତ ଉପରେ ରହିଛି । ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନଗୁଡିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+