ସନ୍ଧ୍ୟା ସୁଦ୍ଧା ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ: ଯଶୋବନ୍ତ ଜେଠଓ୍ୱା
ସନ୍ଧ୍ୟା ସୁଦ୍ଧା ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ ବୋଲି ସେ କହିଛନ୍ତି। ଏହାପରେ ବାତ୍ୟା ପରବର୍ତ୍ତୀ ପର୍ଯ୍ୟାୟ ଆହୁରି ଚ୍ୟାଲେଞ୍ଜିଂ ରହିବ।
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ୟଶ ପାଇଁ ଜୋରଦାର ହେଉଛି ସ୍ଥାନନ୍ତରଣ ପ୍ରକ୍ରିୟା । ମିଳିଥିବା ସୂଚନାନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଟି ଜିଲ୍ଲାରୁ ୧ ଲକ୍ଷ ୫୫ ହଜାର ୧୨୯ ଜଣଙ୍କୁ ସ୍ଥାନାନ୍ତରଣ କରାଯାଇ ସାରିଛି । ସେହିପରି ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ଏଡିଜି ଯଶୋବନ୍ତ ଜେଠଓ୍ୱା।

ପ୍ରାଥମିକ ସ୍ତରରେ ବାତ୍ୟାର ପରବର୍ତ୍ତୀ ଓ ପୂର୍ବବର୍ତ୍ତୀ କାର୍ଯ୍ୟକୁ ଗୁରୁତ୍ୱ ଦେଇ ଏସଓପି ପାଳନ ହେଉଛି। ସବୁ ଦୁର୍ଗମ ଓ ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଂଚଳକୁ ବୁଲି ସେଠାରେ ପ୍ରାଥମିକ ସୁବିଧା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରିବା ପ୍ରଥମ ଲକ୍ଷ୍ୟ ବୋଲି ସୂଚନା ଦେଇଛନ୍ତି ଏଡିଜି ଯଶୋବନ୍ତ ଜେଠଓ୍ୱା। ସେ ଆହୁରି ସୂଚନା ଦେଇଛନ୍ତି ଯେ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ପ୍ରତ୍ୟେକ ଲୋକଙ୍କୁ କରୋନା ଗାଇଡଲାଇନ ଅନୁଯାୟୀ ସ୍ଥାନାନ୍ତରଣ ପ୍ରକ୍ରିୟା କରାଯାଉଛି।
ଏହାସହ ସନ୍ଧ୍ୟା ସୁଦ୍ଧା ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ ବୋଲି ସେ କହିଛନ୍ତି। ଏହାପରେ ବାତ୍ୟା ପରବର୍ତ୍ତୀ ପର୍ଯ୍ୟାୟ ଆହୁରି ଚ୍ୟାଲେଞ୍ଜିଂ ରହିବ। ଏଣୁ ଆବଶ୍ୟକ ପରିମାଣରେ ଗଛ କାଟିବା ମେସିନ, ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି। ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି ବୋଲି ଜେଠଓ୍ୱା କହିଛନ୍ତି।












Click it and Unblock the Notifications