Get Updates
Get notified of breaking news, exclusive insights, and must-see stories!

ମେ' ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ମେ' ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ଖାତା ଦେଖା ଶେଷ ହୋଇ ଟାବୁଲେସନ୍ ଆରମ୍ଭ ହୋଇସାରଛି ଏବଂ ବୋର୍ଡ ପକ୍ଷରୁ ଫଳାଫଳ ଘୋଷଣା ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟର ପହଁଚିଛି । ତେଣୁ ମେ'ମାସ ଶେଷ ସୁଦ୍ଧା ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ଦ୍ଦଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ । ଅନ୍ୟପଟେ ବର୍ତ୍ତମାନ ଯୁକ୍ତ ୨ ଖାତା ଦେଖା ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ ।

matric exam

ସୂଚନାଥାଉ ଯେ, ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ୫ ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ଫିଲପ କରିଥିଲେ । ମୋଟ୍ ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ୩୧୬ ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ କରାଯାଇଥିଲା । ସେହିପରି ଏପ୍ରିଲ୍ ୩ତାରିଖରୁ ଆରମ୍ଭ ହୋଇଥିଲା ଖାତା ଦେଖା । ମୋଟ୍ ୫୬ଟି କେନ୍ଦ୍ରରେ ଖାତା ଦେଖା ହୋଇଥିବା ନେଇ ସୂଚନା ରହିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+