ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୨୫ ସୁଦ୍ଧା ସମସ୍ତ ରାଜସ୍ୱ ଗାଁ'କୁ ବିଜୁଳି
Odisha News: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୨୦୨୫ ସୁଦ୍ଧା ସମସ୍ତ ରାଜସ୍ୱ ଗାଁ'କୁ ବିଜୁଳି । ଆଜି ତେଲକୋଇ ବିଧାୟକ ଫକୀର ମୋହନ ନାୟକ ଏବଂ ଖସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ପ୍ରଶ୍ନ କରିଥିଲେ ଯେ ଅପହଞ୍ଚ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଲାଗି ଓରେଡ଼ା ଦୟିତ୍ୱରେ ଥିଲା ଜିଲ୍ଲାସ୍ତରୀୟ କମିଟି ବୈଠକ ନିୟମିତ କାହିଁକି ବସୁନାହିଁ ଏବଂ କେବେ ସୁଦ୍ଧା ସମସ୍ତ ଗାଁକୁ ବିଦ୍ୟୁତ ସଂଯୋଗ କରାଯିବ ।

ଯାହାର ଉତ୍ତର ରଖିଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । ଶକ୍ତି ମନ୍ତ୍ରୀ କହିଛନ୍ତି, ୨୪ ବର୍ଷ ହେବ ବିଜେଡି ସରକାର ଥିଲା ତେବେ କାହିଁକି ଜିଲ୍ଲାସ୍ତରୀୟ କମିଟି ନିୟମିତ ବସୁ ନଥିଲା ଏହାର ଉତ୍ତର ଆପଣ ଭଲ ଭାବେ ଦେଇ ପାରିବେ ଆମ ସରକାର ତିନି ମାସ ହେବ ଆସିଛି, ହେଲେ ବିଶ୍ୱାସ ଦେଉଛୁ ଆଗକୁ କମିଟି ବୈଠ ନୟମିତ ବସିବ ଏବଂ ୨୦୨୫ ସୁଦ୍ଧା ସମସ୍ତ ରାଜସ୍ୱ ଗାଁ'କୁ ବିଜୁଳି ପହଞ୍ଚିବ ।












Click it and Unblock the Notifications