୨୦୨୩ ସୁଦ୍ଧା କୋଟିଆର ୩୯ଟି ଗ୍ରାମରୁ ଦୂରହେବ ଜଳସଙ୍କଟ
୨୦୨୩ ସୁଦ୍ଧା କୋଟିଆର ୩୯ଟି ଗ୍ରାମରୁ ଦୂର ହେବ ଜଳ ସଙ୍କଟBy 2023, water scarcity will be a boon for Kotia's residency...water pipeline will be lead throughout the area.
କୋଟିଆ: କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି । ଏହା ମଧ୍ୟରେ କୋଟିଆବାସୀଙ୍କ ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷପ ।ଜଳ ଜୀବନ ମିଶନ ଏହି ଯୋଜନା ମାଧ୍ୟମରେ ଏଥର କୋଟିଆରଘରେ ଘରେ ପହଁଚିବ ପାନୀୟ ଜଳ ।ଯାହାର କାର୍ଯ୍ୟ ହୋଇସାରିଛି ଆରମ୍ଭ । ୨୦୨୩ ସୁଦ୍ଧା କୋଟିଆର ୩୯ଟି ଗ୍ରାମରୁ ଦୂର ହେବ ଜଳ ସଙ୍କଟ ।

ଆନ୍ଧ୍ର ସାମାନ୍ତ କୋଟିଆ ପଞ୍ଚାୟତର ୩୯ଟି ଗ୍ରାମରୁ ତଳ ଗଞ୍ଜେଇପଦର ,ଉପର ଗଞ୍ଜେଇପଦର ,କୋଟିଆ ଉପର ସେମ୍ବି ,ତଳ ସେମ୍ବୀ ,ଧୂଳିପଦର ନେରେଡିୱାଲାସା,ଡୋଲିଆମ୍ବା ଆଦି ବିବାଦିୟ ଗ୍ରାମ ରହିଛି ।ସେହିପରି ଅଣବିବାଦୀୟ ଗ୍ରାମ ଗୁଡିକ ହେଲା ସୁଲିଆମାରି,କଟ୍ରାଗେଡ଼ା,କାଣ୍ଟି,କୋଡିଆମ୍ବା,ସାଲିମଦର,ତଳ ପନିକି ,ଉପର ପନିକି ଆଦି ଗ୍ରାମ ଗୁଡିକ ରହିଛି । ତେବେ ଏହି ଗାଁ ଗୁଡିକ ପାହଡ଼ ଉପରି ଭାଗରେ ଥିବାରୁ ନଳକୂପ ଖନନ ପରେ ମଧ୍ୟ ପାଣି ବାହାରିବା କଷ୍ଟକର ହୋଇପଡିଛି ।ଫଳରେ ଝରଣା ପାଣୀ ପି ଶୋଷ ମେଣ୍ଟାଉଛନ୍ତି ଗ୍ରାମବାସୀ।
କୋଟିଆରେ ଓଡ଼ିଶା ସରକାର ଜଳଜୀବନ ମିଶନ ଦ୍ୱାରା ପାନୀଜଳ ଯୋଗାଣ ପାଇଁ ୬କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି ।ଏହି ଯୋଜନା ମାଧ୍ୟମରେ ଝରଣା ଜଳକୁ ବ୍ୟବହାର କରାଯାଇ ସ୍ପ୍ରିଙ୍ଗ ବେଷ ଜଳଯୋଗାଣ କରାଯିବାର ବ୍ୟବସ୍ଥା ରହିଛି । ତେବେ ଆସନ୍ତା ୨୦୨୩ ଅକ୍ଟୋବର ସୁଦ୍ଧା ଏହି କାର୍ଯ୍ୟ ଶେଷ କରାଯିବାର ଲକ୍ଷ ରହିଛି ।












Click it and Unblock the Notifications