BVP: ଭାରତ ବିକାଶ ପରିଷଦର ପୂର୍ବ କ୍ଷେତ୍ରୀୟ "ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ୱର: ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ର ତରଫରୁ ଓଡିଶା ପୂର୍ବ ପ୍ରାନ୍ତ ଓ କଳିଙ୍ଗ ଶାଖାର ଆତିଥ୍ୟରେ ଭୁବନେଶ୍ୱର କିଟ୍ କ୍ୟାମ୍ପସ ସ୍ଥିତ କିମ୍ସ ଅଡିଟୋରିଅମରେ ପୂର୍ବ କ୍ଷେତ୍ରୀୟ "ରାଷ୍ଟ୍ରୀୟ ସମୂହ ଗାନ" ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରାଷ୍ଟ୍ରଭକ୍ତିର ଭାବନା ଜାଗ୍ରତ କରି ନୈତିକ ମୂଲ୍ୟବୋଧର ବିକାଶ କରିବା ପାଇଁ ପ୍ରତିବର୍ଷ ଏହି "ରାଷ୍ଟ୍ରୀୟ ସମୁହ ଗାନ" ପ୍ରତିଯୋଗିତା ଶାଖା ସ୍ତରରୁ ଆରମ୍ଭ ହୋଇ ଜାତୀୟ ସ୍ତର ପର୍ଯ୍ୟନ୍ତ ଆୟୋଜିତ ହୋଇଥାଏ l

ଆଜିର ଏହି କାର୍ଯ୍ୟକ୍ରମର ଉଦଘାଟନ ସମାରୋହର ମୁଖ୍ଯ ଅତିଥି ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଯୋଗଦେଇ କହିଥିଲେ ଯେ, ଆଧୁନିକ ଯୁଗରେ ଆମ ମହାନ ସଂସ୍କୃତିକୁ ଆହୁରି ଆଗକୁ ନେବା । ଭାରତ କିପରି ବିଶ୍ଵରେ ଶ୍ରେଷ୍ଠ ହେବ ସେ ନେଇ ସମସ୍ତେ ପ୍ରୟାସ କରିବା । ଆଉ ଭାରତ ବିକାଶ ପରିଷଦର କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ସେହିପରି ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସହ କ୍ଷେତ୍ରୀୟ ପ୍ରଚାରକ ଶ୍ରୀମାନ ଜଗଦୀଶ ଖାଡେଙ୍ଗା ଯୋଗଦେଇ କହିଥିଲେ ଯେ, ସମସ୍ତଙ୍କୁ ଦେଶଭକ୍ତିରେ ଯୋଡିବା ପାଇଁ ଏହି ସମୁହ ଗାନ ପ୍ରତିଯୋଗିତା । ସାମୁହିକତା ଆଣିବା ସହ ଦେଶଭକ୍ତିର ଭାବନା ଜାଗ୍ରତ ପାଇଁ ଏହି ପ୍ରତିଯୋଗୀତା ।

BVP East Regional National Group SONG Competition
ଭାରତ ବିକାଶ ପରିଷଦ ଓଡିଶା ପୂର୍ବ କ୍ଷେତ୍ରର ଅଧ୍ୟକ୍ଷା ଶ୍ରୀମତୀ ସୁମନ ସିଂଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ଓଡିଶା ପୂର୍ବ ପ୍ରାନ୍ତର ଅଧ୍ଯକ୍ଷ ସତ୍ଯବାଦୀ ଦାସ ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କ୍ଷେତ୍ରୀୟ ମହାସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, କାର୍ଯ୍ୟକ୍ରମ ବିଷୟରେ ପିଲାଙ୍କୁ ଧାରଣା ଦେଇଥିଲେ । ଏହି ପ୍ରତିଯୋଗିତାରେ ଭାରତର ପୂର୍ବ କ୍ଷେତ୍ରର ୭ଟି ପ୍ରାନ୍ତରୁ ଚୟନ ହୋଇଥିବା ବିଭିନ୍ନ ବିଦ୍ଯାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

ପୂର୍ବ କ୍ଷେତ୍ରୀୟ ସଂସ୍କୃତ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତାରେ ଡିଏଭି ପବ୍ଲିକ ସ୍କୁଲ , ୟୁନିଟ -୮ ଭୁବନେଶ୍ୱର ପ୍ରଥମ, ଦ୍ୱିତୀୟ ସ୍ଥାନରେ
ଡିଏଭି ପବ୍ଲିକ ସ୍କୁଲ, ନିଟ୍ କ୍ୟାମ୍ପସ, ଆଦିତ୍ୟପୁର ଝାଡଖଣ୍ଡ,
ତୃତୀୟ ସ୍ଥାନରେ ଗୁରୁ ଗୋବିନ୍ଦ ସିଂହ ପବ୍ଲିକ ସ୍କୁଲ ଝାଡଖଣ୍ଡ ନର୍ଥ,
ଗ୍ରହଣ କରିଥିଲେ । ସେହିପରି ହିନ୍ଦୀ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗୀତାରେ ଡିଏଭି ପବ୍ଲିକ ସ୍କୁଲ , ୟୁନିଟ -୮ ଭୁବନେଶ୍ୱର ପ୍ରଥମ,ଦ୍ୱିତୀୟ ସ୍ଥାନରେ ଡିଏଭି ପବ୍ଲିକ ସ୍କୁଲ, ନିଟ୍ କ୍ୟାମ୍ପସ, ଆଦିତ୍ୟପୁର ଝାଡଖଣ୍ଡ, ତୃତୀୟ ସ୍ଥାନରେ ବିଡିଏମ ଇଣ୍ଟର ନ୍ୟାସନାଲ ସ୍କୁଲ, ନରେନ୍ଦ୍ରପୂର୍ କୋଲକାତା। ଲୋକଗୀତରେ ପ୍ରଥମ ସ୍ଥାନରେ ଡିଏଭି ପବ୍ଲିକ ସ୍କୁଲ , ୟୁନିଟ -୮ ଭୁବନେଶ୍ୱର, ଦ୍ୱିତୀୟରେ ଦୟାପ୍ରକାଶ ସରସ୍ଵତୀ ବିଦ୍ୟାମନ୍ଦିର, ଗୟା ବିହାର, ତୃତୀୟ ସ୍ଥାନରେ ଗୋବିନ୍ଦ ସିଂହ ପବ୍ଲିକ ସ୍କୁଲ ଝାଡଖଣ୍ଡ ନର୍ଥ ଅଂଶ ଗ୍ରହଣ କରିଥିଲେ । ସମସ୍ତ କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ କରି ଡିଏଭି ପବ୍ଲିକ ସ୍କୁଲ , ୟୁନିଟ -୮ ଭୁବନେଶ୍ୱର ଚମ୍ପିଆନ ହୋଇ ଜାତୀୟ ସ୍ତରକୁ ଉନ୍ନୀତ ହୋଇଛି l

ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ରର, ସଂଯୁକ୍ତ କ୍ଷେତ୍ରୀୟ ମହାସଚିବ ଶ୍ରୀଯୁକ୍ତ ସୁଭାଶିଷ କର, ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଡକ୍ଟର ବିଜୟଲକ୍ଷ୍ମୀ ସାହୁ ଏବଂ କ୍ଷେତ୍ରୀୟ ମହିଳା ସହଭାଗିତା ସଚିବ ସୁପ୍ରୀତି ରଥ ପ୍ରମୁଖଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ନୃସିଂହନାଥ ନନ୍ଦ, ପ୍ରାନ୍ତ ମହାସଚିବ ସୌମେନ୍ଦ୍ର ଦାସ, ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ନାୟକ, ପ୍ରାନ୍ତ ଅର୍ଥ ସଚିବ ନରସିଂହ ମିଶ୍ର, ପ୍ରାନ୍ତ ମିଡିଆ ପ୍ରଭାରୀ ନିହାର ରଂଜନ ସ୍ବାଇଁ, ପ୍ରାନ୍ତ ସଂସ୍କାର ସଚିବ ପ୍ରୀତି ପ୍ରତିଭା ଭୋଳ, ପ୍ରାନ୍ତ ସଂଗଠନ ସଚିବ ରାମଚନ୍ଦ୍ର ଦଳାଇ, ପ୍ରାନ୍ତ ମହିଳା ସହଭାଗିତା ସଚିବ ଶ୍ରୀମତୀ ବିଜୟନନ୍ଦିନୀ ଦୁବେ, କଳିଙ୍ଗ ଶାଖାର ଉପସଭାପତି ଶ୍ରୀଯୁକ୍ତ ବ୍ରଜ ଗୋପାଳ ରାୟ ,ଜିତେନ୍ଦ୍ର କୁମାର ଦାସ,ଧିରେନ୍ଦ୍ର ସ୍ୱାଇଁ,ଅଯୟ କର,ଅଶୋକ ପାତ୍ର,ପ୍ରଦୀପ୍ତ କୁମାର ପାତ୍ର ଏବଂ କଳିଙ୍ଗ ଶାଖାର ସମସ୍ତ ସଦସ୍ଯ ଅକ୍ଳାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପରିଶେଷରେ ଓଡ଼ିଶା ପୂର୍ବ ପ୍ରାନ୍ତର ମହା ସଚିବ ସୌମେନ୍ଦ୍ର ଦାସ ଧନ୍ଯବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଵଂଦେମାତରଂ ଏବଂ ଶେଷ ରେ ରାଷ୍ଟ୍ର ଗାନ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+