୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଜାଲରେ ରେଢ଼ାଖୋଲ ଉପଖଣ୍ଡର BVO ଓ PA
ରେଢ଼ାଖୋଲ ଉପଖଣ୍ଡରେ ସମ୍ବଲପୁର ଭିଜିଲାନ୍ସ ଟିମ୍ ଏକ ବଡ଼ ଧରଣର ଅଭିଯାନ ଚଳାଇ ବ୍ଲକ ଭେଟନାରୀ ଅଫିସର (BVO) ଡା. ସୁବାସ ପ୍ରକାଶ ସୋରେନ ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ (PA) ମହେଶ୍ୱର ସାହୁଙ୍କୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ହାତେନାତେ ଧରିଛି।ସୂଚନା ଅନୁଯାୟୀ, ଏହି ଦୁଇ ଅଧିକାରୀ ଏକ ବ୍ରଏଲର ଫାର୍ମ ପାଇଁ ୫୪ ହଜାର ଟଙ୍କାର ସବ୍ସିଡି ରିଲିଜ୍ କରିବା ବାବଦରେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଭିଜିଲାନ୍ସ ଟିମ୍କୁ ଏହି ସୂଚନା ମିଳିବା ପରେ ସେମାନେ ଏକ ଯୋଜନାବଦ୍ଧ ଅଭିଯାନ ଚଳାଇ ଉକ୍ତ ଦୁଇ ଅଧିକାରୀଙ୍କୁ ଲାଞ୍ଚ ଗ୍ରହଣ କରୁଥିବା ଅବସ୍ଥାରେ ଧରିଥିଲେ।

ଧରାପଡ଼ିବା ପରେ ଭିଜିଲାନ୍ସ ଟିମ୍ ଡା. ସୋରେନ ଓ ମହେଶ୍ୱର ସାହୁଙ୍କ ଘରେ ମଧ୍ୟ ରେଡ୍ କରିଛି। ଏହି ରେଡ୍ରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ହସ୍ତଗତ ହେବାର ସମ୍ଭାବନା ରହିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଭିଜିଲାନ୍ସ ବିଭାଗ ଏହି ମାମଲାରେ ତଦନ୍ତ ଜାରି ରଖିଛି ଏବଂ ଆଗାମୀ ଦିନରେ ଅଧିକ ତଥ୍ୟ ପ୍ରକାଶ ପାଇପାରେ।












Click it and Unblock the Notifications