କିଣୁଛନ୍ତି କି ସୁନା ହୋଇ ଯାଆନ୍ତୁ ସାବଧାନ ! ଗ୍ରାହକଙ୍କୁ ଠକୁଛନ୍ତି ସୁନା ବ୍ୟବସାୟୀ

Odisha News: ସୁନା କିଣୁଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ । ଗ୍ରାହଙ୍କୁ ଠକୁଛନ୍ତି ସୁନା ଦୋକାନୀ । ଏନେଇ ବୁଧବାର ବିଧାନସଭାରେ ଏକ ଲିଖିତ ଉତ୍ତର ରଖିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ଗ୍ରାହକଙ୍କୁ ସୁନା ମାନ, ମାପ ଓଜନରେ ସୁନା ଦୋକାନୀ ଠକୁଥିବା ନେଇ ଆଜି ଗୃହରେ କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ।

ଏହି ଅଭିଯୋଗର ଲିଖିତ ଉତ୍ତର ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି, ଗତ ମାସ ମଧ୍ୟ ରେ ଯୋଗାଣ ବିଭାଗ ପକ୍ଷରୁ କରାଯାଇଥିବା ୩ ହଜାର ୧୨୫ ରେଡ଼ରେ ୧୧୬ ଜଣ ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିବା ନେଇ ସୂଚନା ରହିଛି । ତେବେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ସେମାନଙ୍କଠାରୁ ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଫାଇନ ମଧ୍ୟ ଆଦାୟ କରାଯାଇଛି ।

Odisha News

ତେବେ ଗଞ୍ଜାମ, ଖୋର୍ଦ୍ଧା, କଟକର ଗ୍ରାହକମାନେ ଅଧିକ ଠକାମିର ଶିକାର ହୋଇଥିବା ନେଇ ରେକର୍ଡ କରାଯାଇଛି । ଗଞ୍ଜାୟ ଓ କଟକରେ ୧୭ ଜଣ ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିବା ବେଳେ ଖୋର୍ଦ୍ଧାରେ ୧୬ ଜଣ ବ୍ୟବସାୟୀ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଗତବର୍ଷ ମଧ୍ୟ ସୁନା ଦୋକାନୀ ମାନେ ଗ୍ରାହକଙ୍କୁ ଠକୁଥିବା ନେଇ ସୂଚନା ରହିଛି, ସେମାନଙ୍କ ଠାରୁ ୧୫ ଲକ୍ଷ ୩୦ ହଜାର ଫାଇନ୍ ଆଦାୟ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+