ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ
ସମ୍ବଲପୁରରେ ବ୍ୟବସାୟୀଙ୍କ ଦବଙ୍ଗଗିରି । ଡାକ୍ତର ଆସିବାରେ ବିଳମ୍ବ କରିବାରୁ ତାଙ୍କୁ ଚପଲରେ ପିଟିଲେ । କେବଳ ଏତିକି ନୁହେଁ ବିରୋଧ କରିବାରୁ ମହିଳା ଟେକ୍ନିସିଆନଙ୍କୁ ଦୁର୍ବ୍ୟବହାର କରିବା ସହ ବ୍ୟବସାୟୀ ଜଣକ ଆକ୍ରମଣ କରିବାକୁ ପଛାଇ ନାହାନ୍ତି ।
ସମ୍ବଲପୁର: ସମ୍ବଲପୁରରେ ବ୍ୟବସାୟୀଙ୍କ ଦବଙ୍ଗଗିରି । ଡାକ୍ତର ଆସିବାରେ ବିଳମ୍ବ କରିବାରୁ ତାଙ୍କୁ ଚପଲରେ ପିଟିଲେ । କେବଳ ଏତିକି ନୁହେଁ ବିରୋଧ କରିବାରୁ ମହିଳା ଟେକ୍ନିସିଆନଙ୍କୁ ଦୁର୍ବ୍ୟବହାର କରିବା ସହ ବ୍ୟବସାୟୀ ଜଣକ ଆକ୍ରମଣ କରିବାକୁ ପଛାଇ ନାହାନ୍ତି । ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସମ୍ବଲପୁର ଟାଉନଥାନା ଅଞ୍ଚଳର ସନ ଡାଇଗ୍ନୋଷ୍ଟିକରେ ଘଟିଛି ଏପରି ଘଟଣା ।

ଗତକାଲି ସମ୍ବଲପୁରର ବ୍ୟବସାୟୀ ନଟବର ବାଙ୍କୀ ସିଟି ସ୍କାନ କରିବାକୁ ସନ ଡାଇଗ୍ନୋଷ୍ଟିକକୁ ଆସିଥିଲେ । ଡାକ୍ତର ଆସିନଥିବାରୁ ସେ ଅପେକ୍ଷା କରିଥିଲେ । ଡାକ୍ତର ସକାଳ ୧୦ଟାରେ ପହଞ୍ଚିବା ପରେ ନଟବର ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହ ଚପଲରେ ମାଡ ମାରିଥିଲେ । ମହିଳା ଟେକ୍ନିସିଆନ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଡାକ୍ତର ଜଣଙ୍କ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ପରେ ପୋଲିସ ଅଭିଯୁକ୍ତ ବ୍ୟବସାୟୀଙ୍କୁ ଗିରଫ କରିଛି । ଆଜି ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯିବାକୁ ଥିବା ସୂଚନା ମିଳିଛି ।












Click it and Unblock the Notifications