ଓଡ଼ିଶା-ବିହାର ମଧ୍ୟରେ ୩୩ଟି ନୂଆ ରୁଟରେ ଚାଲିବ ବସ୍

ଓଡ଼ିଶା-ବିହାର ମଧ୍ୟରେ ୩୩ଟି ନୂଆ ରୁଟରେ ଚାଲିବ ବସ୍

ଭୁବନେଶ୍ୱର: ଖୁବ୍ ଶୀଘ୍ର ଆରମ୍ଭ ହେବା ପାଇଁ ଯାଉଛି ଓଡ଼ିଶା-ବିହାର ମଧ୍ୟରେ ବସ୍ ଚଳାଚଳ ସେବା । ୩୩ଟି ରୁଟରେ ଚାଲିବ ବସ୍ । ବିହାରର ପାଟନା, ସରିଫ, ଗୟା, ଔରଙ୍ଗାବାଦ, ଦରଭଙ୍ଗା, ରାଜଗିର, ଭାଗଲପୁର, ବକ୍ସର୍, ସିୱାନ୍, ଆରା, ହାଜିପୁର, ଚାପରା ନୱାଡା ଏବଂ ଓଡ଼ିଶାର ଭୁବନେଶ୍ୱର, କଟକ, ବାରିପଦା, ବାଲେଶ୍ବର, ରାଉରକେଲା, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ସ୍ଥାନ ଦେଇ ଏହି ବସଟି ଅତିକ୍ରମ କରିବ । ପୂର୍ବରୁ ୧୫ଟି ରୁଟରେ ୯୨୭୬ କିଲୋମିଟର ଅତିକ୍ରମ କରି ବସ ଚଳାଚଳ କରୁଥିବା ବେଳେ ବର୍ତ୍ତମାନ ପ୍ରାୟ ୨୧୮୬୭ କିଲୋମିଟର ଅତିକ୍ରମ କରିବା ସହ ୩୩ଟି ନୂଆ ରୁଟରେ ବସ ଚଳାଚଳ ସେବା ଆରମ୍ଭ ହେବ ।

ODISHA-Bihar BUS

ତେବେ ସୂଚନା ଅନୁସାରେ, ନୂତନ ଚୁକ୍ତି ଅନୁଯାୟୀ ଓଡ଼ିଶା ବସ୍ ବିହାରରେ ୧୭୬୧୧ କିଲୋମିଟର ଅତିକ୍ରମ କରିବ ଏବଂ ବିହାର ବସ୍ ଓଡ଼ିଶାରେ ୮୭୮୪ କିଲୋମିଟର ମଧ୍ୟରେ ଅତିକ୍ରମ କରିବ । ଏହିବସ୍ ଗୁଡ଼ିକ ଝାରଖଣ୍ଡ ଦେଇ ରାଜ୍ୟରେ ୮୦୩୨ କିଲୋମିଟର ଦୂରତା ଅତିକ୍ରମ କରିପାରିବ । ତେବେ ରାଜ୍ୟରେ ସଡ଼କ ପରିବହନକୁ ସୁଗମ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି ରାଜ୍ୟ ପରିବହନ ପ୍ରାଧିକରଣର ସଚିବ ବ୍ରଜବନ୍ଧୁ ଭୋଳ । ତେବେ ଆଗକୁ ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ସହ ମଧ୍ୟ ଏହିଭଳି ଚୁକ୍ତିନାମା ପାଇଁ ଆଲୋଚନା କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+