ବସ୍‌ ଧର୍ମଘଟ ଡାକରା ପ୍ରତ୍ୟାହୃତ: ନିଷ୍ପତ୍ତିରୁ ଓହରିଲା ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ

ଆଜି ସନ୍ଧ୍ୟାରୁ ହେବାକୁ ଥିବା ବସ୍‌ ଧର୍ମଘଟ ପ୍ରତ୍ୟାହୃତ। ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ ନିଷ୍ପତ୍ତିରୁ ଓହରିଲା ।ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ଧର୍ମଘଟରୁ ଓହରିଲା। ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଧର୍ମଘଟ ଡାକରା ଦେଇଥିଲେ ।

ଆଜି ବ୍ରହ୍ମପୁରରେ ପରିବହନ ମନ୍ତ୍ରୀଙ୍କ ସହ ସଂଘର କର୍ମକର୍ତ୍ତାଙ୍କ ବୈଠକ ହୋଇଥିଲା। ଦୀର୍ଘ ସମୟର ବୈଠକ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା କୁହାଯାଇଛି। ପରେ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ ଧର୍ମଘଟରୁ ଓହରିଥିବା କହିଛନ୍ତି।

ବୈଠକ ପରେ ମନ୍ତ୍ରୀ କହିଛନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ଆଲୋଚନା ଶେଷ ହୋଇଛି। ଲକ୍ଷ୍ମୀ ବସ୍‌ ଚଳାଚଳ ହେତୁ କ୍ଷତି ହେଉଥିବା ସେମାନେ ଦାବି ରଖିଥିଲେ। ସେମାନଙ୍କ ଦାବିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆମେ ଏବେ ଲକ୍ଷ୍ମୀ ବସ୍‌ର ଟାୟାର-ଟୁ AC ବସ୍ ଚଳାଚଳକୁ ସ୍ଥଗିତ ରଖୁଛୁ। ମାତ୍ର ଆମେ ନୂଆ ଲୋଗୋ, ନୂଆ ଅପରେସନ ଓ ନୂଆ ସ୍ୱରୂପରେ ଲକ୍ଷ୍ମୀ ବସ୍‌ର କାମ କରିବୁ । ଅତି ଶୀଘ୍ର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ। ତେଣୁ ଏବେ ଉଭୟ ସଂଘ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

Bus strike call withdrawn

ଏନେଇ ବରଗଡ଼ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ କହିଛନ୍ତି, ଲକ୍ଷ୍ମୀ ବସ୍‌ର ଟାୟାର-୨ ପରିମିଟ୍‌ କିଛି ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ବାତିଲ କରିବାକୁ ଦାବି କରିଥିଲୁ। ଏବେ ଆଉ ନୂଆ ପରମିଟ୍‌ ଇସ୍ୟୁ ହେବନି ବୋଲି ମନ୍ତ୍ରୀ କହିଛନ୍ତି । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ବସ୍‌ ନ ଚଳାଇବାକୁ ଦାବି କରିଥିଲୁ। କାରଣ ଏହାଦ୍ୱାରା ଆମର ପ୍ରଭୂତ କ୍ଷତି ଘଟୁଥିଲା। ସରକାର ଆମ ଦାବି ମାନି ନେଇଥିବାରୁ ଆମେ ଆଜି ଡାକରା ଦେଇଥିବା ଆନ୍ଦୋଳନ ପ୍ରତ୍ୟାହାର କରୁଛୁ।

ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ତଥା ବ୍ଲକ ଏବଂ ଜିଲ୍ଲା ସଦର ମହକୁମା ମଧ୍ୟରେ ଟାୟାର-ଟୁ AC ବସ୍ ସେବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିଲା। ଲକ୍ଷ୍ମୀ ବସ୍‌ ଚଳାଚଳ ହେତୁ ସେମାନେ ବହୁ କ୍ଷତିର ସମ୍ମୁଖୀନ ହେଉଥିବାରୁ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଯାତାୟତ କରୁଥିବା ଟାୟାର-ଟୁ AC ବସ୍ ସେବାକୁ ବନ୍ଦ କରିବାକୁ ଦାବି କରିଥିଲେ।

ସରକାର ଏନେଇ କୌଣସି ନିଷ୍ପତ୍ତି ନ ନେଲେ ଆଜିଠୁ ୧୪ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ ରଖିବାକୁ ଚେତାବନୀ ଦେଇଥିଲେ ପଶ୍ଚିମାଞ୍ଚଳ ଏବଂ ଦକ୍ଷିଣାଞ୍ଚଳର ୨୪ଟି ଘରୋଇ ବସ୍ ମାଲିକ ସଂଘର ସଦସ୍ୟ । ଆଜି ସଂଧ୍ୟା ୬ଟାରୁ ୮ ତାରିଖ ସଂଧ୍ୟା ୬ଟା ଯାଏଁ ୧୪ ଜିଲ୍ଲାରେ ଘରୋଇ ବସ୍ ଗଡ଼ିବନି ବୋଲି ସେମାନେ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+