ସରକାରଙ୍କ ସହ ବସ୍ ମାଲିକ ସଂଘର ଆଲୋଚନା ଶେଷ; ମତ ରଖିଲେ ପରିବହନ ମନ୍ତ୍ରୀ ଓ ବସ୍ ମାଲିକ ସଂଘର ସାଧାରଣ ସଂପାଦକ
ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ବସ୍ ମାଲିକ ସଂଘ ଆଲୋଚନା ଶେଷ ହୋଇଛି । ଆଲୋଚନା ପରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତ ଯେ ବସ୍ ମାଲିକ ସଂଘ ସେମାନଙ୍କ ପ୍ରସ୍ତାବ ୩୦ ତାରିଖ ସୁଦ୍ଧା ଲିଖିତ ଭାବେ ଦେବେ । ବସ୍ ମାଲିକ ଓ ସରକାରଙ୍କ ଲକ୍ଷ୍ୟ ସମାନ, ପରିବହନ ସେବା ଯୋଗାଇବ ।
ସେ ଆହୁରି କହିଛନ୍ତି ଯେ, ବସ୍ ମାଲିକଙ୍କୁ ଯେଭଳି ଅସୁବିଧା ନହେବ, ସେଥିପ୍ରତି ବି ଦୃଷ୍ଟି ଦିଆଯିବ । କୌଣସି ଆନ୍ଦୋଳନ କରାଯିବନି, ଆଲୋଚନାରେ ସମାଧାନ ହେବ । ଯେଉଁଠି ବସ୍ ଚାଲୁନଥିଲା ସେଠି ଆମେ ବସ୍ ଚଳାଉଛୁ । ସୁଦ୍ଧା ଲିଖିତ ଭାବେ ଦେବେ । କୌଣସି ଆନ୍ଦୋଳନ କରାଯିବନି, ଆଲୋଚନାରେ ସମାଧାନ ହେବ ବୋଲି ସେ କହିଛନ୍ତି ।

ସରକାରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ଆଲୋଚନା ସଫଳ ନୁହେଁ କି ବିଫଳ ନୁହେଁ । ୩୧ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରହିଛି, ପ୍ରତ୍ୟାହୃତ ହୋଇନି । ଆସନ୍ତା ୩୦ରେ ସଂଘର ସାଧାରଣ ପରିଷଦ ବୈଠକ ହେବ ବୋଲି ସେ କହିଛନ୍ତି ।
ସାଧାରଣ ପରିଷଦ ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ବୋଲି ସେ କହିଛନ୍ତି । ବ୍ଲକ୍ରୁ ଜିଲ୍ଲାକୁ ଲକ୍ଷ୍ମୀ ବସ୍ ଚାଲିବା ନେଇ ମନ୍ତ୍ରୀଙ୍କ ସୂଚନା ଉପରେ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ମନ୍ତ୍ରୀ କ'ଣ କହିଛନ୍ତି ଜାଣିନୁ, ୩୧ ଯାଏ ବ୍ଲକରୁ ଜିଲ୍ଲାକୁ ବସ୍ ଗଡ଼ିବନି ।
ଘରୋଇ ବସ୍ ମାଲିକ ସଂଘ ଏହାକୁ ନେଇ ଆଗରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରିଥିଲା । ମାଲିକ ସଂଘ ଅଭିଯୋଗ ଅନୁସାରେ ଲକ୍ଷ୍ମୀ ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିନାହାନ୍ତି । ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଦର କମ ରହୁଛି । ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି । ଏହା ସରକାରଙ୍କ ପ୍ରତିଶ୍ରୁତିର ବିରୁଦ୍ଧାଚରଣ କରୁଛି । ପୂଜା ସମୟରେ ବସ୍ ଚଳାଚଳ ହେଉ ନଥିବାରୁ ଲୋକେ ହନ୍ତସନ୍ତ ହୋଇଥିଲେ ।












Click it and Unblock the Notifications