Get Updates
Get notified of breaking news, exclusive insights, and must-see stories!

ଆସନ୍ତା ଅକ୍ଟୋବର ୧୦ ତାରିଖରୁ ସାରା ରାଜ୍ୟରେ ବସ୍ ଧର୍ମଘଟ; ସକାଳ ୬ଟାରୁ ଗଡିବନି କୌଣସି ବସ

ଆସନ୍ତା ଅକ୍ଟୋବର ୧୦ ତାରିଖରୁ ସାରା ରାଜ୍ୟରେ ବସ୍ ଧର୍ମଘଟ । ସକାଳ ୬ଟାରୁ ଗଡିବନି କୌଣସି ବସ । ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ବୋଲି ଅଲ ଓଡିଶା ବସ୍ ମାଲିକ ସଂଘର ସାଧାରଣ ବୈଠକରେ ନିଷ୍ପତ୍ତି ହେଇଛି ।

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ଓଡ଼ିଶା ବସ୍ ମାଲିକ ସଂଘ ର ବିରୋଧ । ଏହି ଯୋଜନାକୁ ବିରୋଧ କରି ସାରା ରାଜ୍ୟରେ ହେବ ବସ୍ ଧର୍ମଘଟ । ଏ ନେଇ ଅଲ୍ ଓଡିଶା ବସ୍ ମାଲିକ ସଂଘ ସାଧାରଣ ପରିଷଦରେ ନିଷ୍ପତ୍ତି ହୋଇଛି ।

ଅକ୍ଟୋବର 10 ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ରାଜ୍ୟବ୍ୟାପୀ ହେବ ଘରୋଇ ବସ୍ ଧର୍ମଘଟ । ଅଲ୍ ଓଡିଶା ବସ୍ ମାଲିକ ସଂଘ ସାଧାରଣ ପରିଷଦରେ ହୋଇଛି ଏହି ନିଷ୍ପତ୍ତି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ପରିଷଦରେ ତୀବ୍ର ବିରୋଧ କରାଯାଇଥିଲା ।

bus_strike

ଗାଁରୁ ବ୍ଲକ ହେଡକ୍ବାର୍ଟରକୁ ଯାତ୍ରୀ ପରିବହନ ସୁଗମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଯାହାକି ଘରୋଇ ବସ୍ ମାଲିକଙ୍କୁ ଘୋର କ୍ଷତି ପହଞ୍ଚାଇବା ସହ ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର କର୍ମଚାରୀଙ୍କ ପେଟ ପାଟଣାକୁ ଲାତ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ ।

ସୂଚନାଥାଉକି, ଆସନ୍ତା 2 ତାରିଖରେ ମାଲକାନଗିରିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ହୋଇଥିଲା । ଆଉ ସେଦିନ ଅବିଭକ୍ତ କୋରାପୁଟ ଜିଲ୍ଲାର କୋରାପୁଟ, ମାଲକାନଗିରି, ଜୟପୁର ଏବଂ ନବରଙ୍ଗପୁରକୁ କୌଣସି ଘରୋଇ ବସ୍ ଚଳାଚଳ କରି ନଥିଲା । ବସ ଧର୍ମଘଟ ଦେଖିବାକୁ ମିଳିଥିଲା । ତାପରେ ଅକ୍ଟୋବର 10 ରୁ ସାରା ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଚାଲିବ ।

ଗତ ୨୭ତାରିଖରେ ମଧ୍ୟ ବୈଠକରେ ବନ୍ଦ କରିବାକୁ ନେଇ ନିଷ୍ପତ୍ତି ନେଇଥିଲେ । ହେଲେ ସରକାର ଆଲୋଚନାକୁ ଡାକିଲେ ନାହିଁ କି ଦିଆଯାଇଥିବା ସ୍ମାରକ ପତ୍ର ମୁତାବକ କୌଣସି ଦାବି ମାନିଲେ ନାହିଁ ସରକାର । ତେଣୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଘରୋଇ ବସ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+