ସାରା ରାଜ୍ୟରେ ଗଡୁନି ଘରୋଇ ବସ୍; ଗନ୍ତବ୍ଯ ସ୍ଥଳକୁ ଯାଇପାରୁ ନାହାନ୍ତି ଲୋକେ
ରାଜ୍ୟରେ ଗଡ଼ୁନି ବସ୍ । ଲୋକେ ହନ୍ତସନ୍ତ । ସବୁ ବସଷ୍ଟାଣ୍ଡରେ ପ୍ରବଳ ଗହଳି । ଲୋକେ ଭାରି ଅସୁବିଧାର ଶିକାର ହେଉଛନ୍ତି । ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଲୋକେ ଯାଇ ପାରୁ ନାହାନ୍ତି । ବସ ଷ୍ଟାଣ୍ଡରେ ମାଳମାଳ ବସ୍ ଅଛି ସତ୍ ହେଲେ ସେଗୁଡିକ ସେମିତି ପଡ଼ିଛି । ବସ୍ ଧର୍ମଘଟ ହେତୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଓଡ଼ିଶାର ସବୁଠାରୁ ବଡ଼ ବସ୍ ଷ୍ଟାଣ୍ଡ 'ନେତାଜୀ ବସ୍ ଟର୍ମିନାଲ୍'ରୁ କୌଣସି ଘରୋଇ ବସ୍ ଚଳାଚଳ କରୁନାହିଁ । ଗତକାଲିଠୁ ପୂଜା ଛୁଟି ଆରମ୍ଭ ହୋଇଥିବା ବେଳେ ଲୋକେ ନିଜ ନିଜ ଘରକୁ ଯାଇପାରୁ ନାହାନ୍ତି । ସରକାରୀ ବସ୍ କାମ ଥିବାରୁ ଲୋକେ ସେଥିରେ ବି ନିର୍ଭର କରି ପାରୁ ନାହାନ୍ତି । କେତେକ ଲୋକେ ଆଗୁଆ ଅନଲାଇନ୍ ଟିକେଟ କାଟି ଦେଇଥିବାରୁ ସରକାରୀ ବସରେ ଟିକେଟ ବି ସରି ଗଲାଣି । ଲୋକେ ମେଡିକାଲ୍ ପାଇଁ ବି ନିଜେ ଅଟ ଭଡ଼ା କରି ଯାଉଛନ୍ତି । ତେବେ ଏହା ଏବେ ଉତ୍କଟ ସମସ୍ୟା ହୋଇ ଛିଡା ହୋଇଛି ।

କଟକ, ଭୁବନେଶ୍ବର, ଖୋର୍ଦ୍ଧା , ପୁରୀରେ କେବଳ ସରକାରୀ ବସ୍ ଓ ମୋ ବସ୍ ଚଳାଚଳ କରୁଛି । ବସ୍ ଧର୍ମଘଟ ହେତୁ ବହୁ ଲୋକ ନିଜ ସୁବିଧାରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି ।
ସେପଟେ ବାଲେଶ୍ବରରେ ଘରୋଇ ବସ୍ ମାଲିକ ସଂଘ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଯାଇ ବସ୍ ଚଳାଚଳ ଜାରି ରଖିଛନ୍ତି । ଯାତ୍ରୀ ଏବେ ବସଷ୍ଟାଣ୍ଡ ଛାଡ଼ି ରାସ୍ତାକଡ଼ରେ ଛିଡା ହୋଇ ଯିବା ପାଇଁ ସହାୟତା ମାଗୁଛନ୍ତି ।
ପଶ୍ଚିମ ଓଡ଼ିଶାରେ ବି ସମାନ ସ୍ଥିତି । ଲୋକେ ସମ୍ୱଲପୁରରୁ କୁଆଡେ ଯାଇପାରୁ ନାହାନ୍ତି । ଜିଲ୍ଲାରୁ ଯାଉଥିବା ଶତାଧିକ ବସ ବନ୍ଦ ହେବାରୁ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କେନ୍ଦ୍ରାପଡ଼ାରେ ବି ସମ୍ମାନ ସ୍ଥିତି ପରିଲଖିତ ହେଉଛି । ଆଜି ରାତିରେ ବସ୍ରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିବାବେଳେ ଟ୍ରେନ୍ରେ ଏବେ ଟିକେଟ୍ ମିଳୁନି ।
ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଗଡୁନି ବସ୍ । ସରକାରଙ୍କଠୁ ଲିଖିତ ପ୍ରସ୍ତୁତି ନ ମିଳିବାରୁ ଆନ୍ଦୋଳନ । ସକାଳ ୬ଟାରୁ ଗଡୁନି ବସ୍ ।
ଘରୋଇ ବସ୍ ମାଲିକ ସଂଘ ସଫେଇ ରଖି କହିଛି, ଲକ୍ଷ୍ମୀ ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିନାହାନ୍ତି । ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଦର କମ ରହୁଛି । ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି । ଏହା ସରକାରଙ୍କ ପ୍ରତିଶ୍ରୁତିର ବିରୁଦ୍ଧାଚରଣ କରୁଛି ବୋଲି ସେମାନେ କହିଛନ୍ତି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications