ଆଜି ସାରା ରାଜ୍ୟରେ ଗଡୁନି ଘରୋଇ ବସ୍; ସରକାରଙ୍କଠୁ ଲିଖିତ ପ୍ରସ୍ତୁତି ନ ମିଳିବାରୁ ଆନ୍ଦୋଳନ
ଗଡୁନି ଘରୋଇ ବସ୍ । ଆଜି ସାରା ରାଜ୍ୟରେ ଗଡୁନି ବସ୍। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଗଡୁନି ବସ୍ । ସରକାରଙ୍କଠୁ ଲିଖିତ ପ୍ରସ୍ତୁତି ନ ମିଳିବାରୁ ଆନ୍ଦୋଳନ । ସକାଳ ୬ଟାରୁ ଗଡୁନି ବସ୍ ।
ସରକାର ଲିଖିତ ପ୍ରତିଶ୍ରୁତି ନ ଦେବାରୁ ଧର୍ମଘଟ ପାଇଁ ସଂଘ ପକ୍ଷରୁ ପାର୍ବଣ ସମୟରେ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି ବୋଲି ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହୋଇ ଧର୍ମଘଟ କରୁଛୁ । ପୂଜା ସମୟରେ ଯାତ୍ରୀଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ନୁହେଁ । ଏନେଇ ଯାତ୍ରୀଙ୍କଠାରେ କ୍ଷମା ପ୍ରାର୍ଥନା କରୁଛୁ ବୋଲି ଶ୍ରୀ ସାହୁ କହିଛନ୍ତି ।

ଘରୋଇ ବସ୍ ମାଲିକ ସଂଘ ସଫେଇ ରଖି କହିଛି, ଲକ୍ଷ୍ମୀ ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିନାହାନ୍ତି । ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଦର କମ ରହୁଛି । ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି । ଏହା ସରକାରଙ୍କ ପ୍ରତିଶ୍ରୁତିର ବିରୁଦ୍ଧାଚରଣ କରୁଛି ।
ସଂଘ ପକ୍ଷରୁ କୁହାଯାଇଛି ଯେ ଗତ ୧୦ ତାରିଖରେ ସରକାରଙ୍କ ସହ ଆଲୋଚନା ହୋଇଥିଲା। ସେହି ଅନୁସାରେ ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି। ଲକ୍ଷ୍ମୀ ଯୋଜନାରେ ଚାଲିବାକୁ ଥିବା ବସଗୁଡ଼ିକୁ ବ୍ଲକ ସ୍ତରରେ ସୀମିତ ରଖି ଜିଲା ମୁଖ୍ୟାଳୟକୁ ଚଳାଇବେ ନାହିଁ ବୋଲି କହିଥିଲେ ରାଜ୍ୟ ସରକାର। କିନ୍ତୁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଥିବା ୬ ଜିଲା ସମେତ ଅନ୍ୟ ଜିଲାଗୁଡ଼ିକରେ ଜିଲା ମୁଖ୍ୟାଳୟକୁ ମୋ ଲକ୍ଷ୍ମୀ ବସ ସରକାର ଚଲାଇଛନ୍ତି। ଏହାକୁ ଘରୋଇ ବସ ମାଲିକ ସଂଘ ପ୍ରତିବାଦ କରି ଧର୍ମଘଟ ଡାକରା ଦେଇଛି।












Click it and Unblock the Notifications