ଘରୋଇ ବସ ମାଲିକ ସଂଘର ଚେତାବନୀ: ଡ୍ରାଇଭରଙ୍କ କବଳରୁ ରାସ୍ତା ମୁକ୍ତ କର, ନଚେତ୍ ବନ୍ଦ ହେବ ବସ ଚଳାଚଳ
ଆଜି ସନ୍ଧ୍ୟା ସୁଦ୍ଧା ସରକାର ଯଦି ଆନ୍ଦୋଳନକାରୀ ଡ୍ରାଇଭରଙ୍କ କବଳରୁ ରାସ୍ତାକୁ ମୁକ୍ତ ନ କରନ୍ତି । ତେବେ ବସ୍ ଚଳାଚଳ ବନ୍ଦ ରଖିବାକୁ ବାଧ୍ୟ ହେବୁ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

କଟକ: ଆଜି ସନ୍ଧ୍ୟା ସୁଦ୍ଧା ସରକାର ଯଦି ଆନ୍ଦୋଳନକାରୀ ଡ୍ରାଇଭରଙ୍କ କବଳରୁ ରାସ୍ତାକୁ ମୁକ୍ତ ନ କରନ୍ତି । ତେବେ ବସ୍ ଚଳାଚଳ ବନ୍ଦ ରଖିବାକୁ ବାଧ୍ୟ ହେବୁ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ।
ଆସନ୍ତାକାଲି ଘଣ୍ଟାଏ ପାଇଁ ପ୍ରତୀକାତ୍ମକ ଆନ୍ଦୋଳନ କରାଯିବ । ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ରାଜରାସ୍ତାରେ ବସ୍ ରଖି ଆନ୍ଦୋଳନ କରାଯିବ । କାରଣ ଆନ୍ଦୋଳନ ବେଳେ ବସ୍ ଚାଳକମାନଙ୍କୁ ଡ୍ରାଇଭରମାନେ ଦୁର୍ବ୍ୟବହାର କରୁଛନ୍ତି । କିଛି ସ୍ଥାନରେ ବସ୍ ଚାଳକଙ୍କୁ ମାଡ଼ ମଧ୍ୟ ମରାଯାଉଛି । ତେଣୁ ବସ୍ ଚାଳକଙ୍କୁ ସୁରକ୍ଷା ଦିଆଯିବା ସହ ଉଭୟ ଜାତୀୟ ଓ ରାଜ୍ୟପଥକୁ ଡ୍ରାଇଭରଙ୍କ କବଳରୁ ମୁକ୍ତ କରାଯାଉ ବୋଲି ଶ୍ରୀ ସାହୁ କହିଛନ୍ତି ।
ସେପଟେ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ସଭାପତି ଲୋକନାଥ ପାଣି କହିଛନ୍ତି, ବସ ଚଳାଇବା ପାଇଁ ପୁଲିସର ସହଯୋଗ ଆଦୌ ମିଳୁନାହିଁ । ଡ୍ରାଇଭର ସଂଘର ଦାବିକୁ ନେଇ ଆମର କୌଣସି ଆପତ୍ତି ନାହିଁ। ଯାତ୍ରୀବାହୀ ବସ ଯାତାୟାତକୁ ବିରୋଧ କରିବା ଅନୁଚିତ ।
ଅନ୍ୟପଟେ ବିଧାନସଭାରେ ଉଠିଛି ଡ୍ରାଇଭରଙ୍କ ପ୍ରସଙ୍ଗ।ଏ ପ୍ରସଙ୍ଗରେ ଗୃହରେ ଆଜି ହଟ୍ଟଗୋଳ ହୋଇଛି । ଏ ପ୍ରସଙ୍ଗରେ ରୁଲିଂ ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଆନ୍ଦୋଳନରତ ଡ୍ରାଇଭରମାନଙ୍କ ସହ ଆଲୋଚନା କରିବାକୁ ପରିବହନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଆସନ୍ତାକାଲି ଆଲୋଚନା କରି ଗୃହରେ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ । ରୁଲିଂ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।












Click it and Unblock the Notifications