'ଲକ୍ଷ୍ମୀ' ଯୋଜନାକୁ ବିରୋଧ କରି କୋରାପୁଟରେ ଜାରି ରହିଛି ବସ୍ ଧର୍ମଘଟ: ଲୋକେ ହନ୍ତସନ୍ତ
'ଲକ୍ଷ୍ମୀ' ଯୋଜନାକୁ ବିରୋଧ କରୁଛି ଘରୋଇ ବସ୍ ମାଲିକ ସଂଘ । କୋରାପୁଟରେ ଘରୋଇ ବସ ଚଳାଚଳ ବନ୍ଦ । 'ଲକ୍ଷ୍ମୀ' ବସ ଯୋଜନାକୁ ବିରୋଧ କରି କୋରାପୁଟ ଘରୋଇ ବସ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ପାଳନ କରୁଛି । ୨ ତାରିଖ ସକାଳ ଠାରୁ ୩ ତାରିଖ ସକାଳ ପର୍ଯ୍ୟନ୍ତ ଘରୋଇ ବସ ଚଳା ଚଳ ବନ୍ଦ ରଖିବାକୁ ଘୋଷଣା କରିଛି । ଫଳରେ କୋରାପୁଟରୁ ଜିଲ୍ଲାର ବିଭିନ୍ନ ବ୍ଲକକୁ ଯିବାକୁ ଥିବା ଯାତ୍ରିମାନେ ବସଷ୍ଟାଣ୍ଡରେ ଅଟକି ରହିଛନ୍ତି ।
କୋରାପୁଟ ଜିଲ୍ଲାର ୧୪ ଟି ବ୍ଲକକୁ ଘରୋଇ ବସ ଚଳାଚଳ ଠପ ହୋଇପଡିଛି । ଜିଲ୍ଲାରେ ୨୦୦ରୁ ଉର୍ଦ୍ଧ୍ବ ଘରୋଇ ବସ ୭୫ଟି ରୁଟରେ ବନ୍ଦ ରହିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।
ଜିଲ୍ଲାରେ ଅଧିକାଂଶ ରାସ୍ତାରେ ଘରୋଇ ବସ ଚଳାଚଳ କରୁଥୁବା ବେଳେ ସରକାରୀ ବସ ସଂଖ୍ୟା ନଗଣ୍ୟ ରହିଛି । ବସ ଚଳାଚଳ ବନ୍ଦ ରହିଥିବା ଯୋଗୁଁ ଯାତ୍ରୀମାନେ ବହୁ ଅସୁବିଧାର ସମୁଖୀନ ହୋଇଛନ୍ତି । ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ଯାତ୍ରୀମାନେ କୋରାପୁଟ ବସ ଷ୍ଟାଣ୍ଡରେ ଅଟକି ରହିଛନ୍ତି । ଲକ୍ଷ୍ମୀ ବସ ସେବା ଯୋଜନାରେ ଘରୋଇ ବସ ଗୁଡିକୁ ସାମିଲ କରିବାକୁ ମାଲିକ ସଂଘ ଦାବି କରିଛି । ଏହା ନକରି ସରକାର ଲକ୍ଷ୍ମୀ ବସ ସେବା ଆରମ୍ଭ କରି ଘରୋଇ ବସ ମାଲିକ ସଂଘ ଓ କର୍ମଚାରୀଙ୍କ ଜୀବନ ଜୀବିକାକୁ ବୁଡାଇଦେବାକୁ ଉଦ୍ୟମ କରୁଛନ୍ତି ।

ବସ ମାଲିକ ଓ କର୍ମଚାରୀଙ୍କ ସ୍ବାର୍ଥ ପ୍ରତି ଦୃଷ୍ଟି ଦେବାକୁ କୋରାପୁଟ ଘରୋଇ ବସ ମାଲିକ ସଂଘ ଦାବି କରିଛି । ବସ ଷ୍ଟାଣ୍ଡ ଖାଁ ଖାଁ ହୋଇ ପଡିଛି । କିଛି ଅଟୋ ହିଁ ବସ ଷ୍ଟାଣ୍ଡରେ ରହିଥିବା ଦେଖିବାକୁ ମିଳିଛି ।
'ଲକ୍ଷ୍ମୀ'ଯୋଜନା କୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଆସନ୍ତା 10 ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଧର୍ମଘଟ ଡାକରା ଦେଇଛି ।ଗୁରବାର ପରିବହନ କମିଶନର ବସ ମାଲିକଙ୍କୁ ଡାକି ଆଲୋଚନା କରିଥିଲେ ବି ବସ ମାଲିକ ଆନ୍ଦୋଳନ କରିବା ଜିଦରେ ଅଟଳ ଅଛନ୍ତି । ଘରୋଇ ବସ ମାଲିକଙ୍କ କହିବା ଅନୁସାରେ, ନୂଆ ବସ ଅଣାନଯାଇ ଘରୋଇ ବସକୁ 'ଲକ୍ଷ୍ମୀ' ଯୋଜନାରେ ଲିଜରେ ନେଇ ସରକାର ଚଳାନ୍ତୁ ।












Click it and Unblock the Notifications