ବସ୍ ଝୁଲିବା ଘଟଣାରେ: ତଦନ୍ତ ଆରମ୍ଭ, ଡ୍ରାଇଭରଙ୍କ ଭୁଲରୁ ଅଘଟଣ !

ବାଙ୍କୀ ମହାନଦୀରେ ବସ ଝୁଲିବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ଘଟଣା ସ୍ଥଳକୁ ଗଲା ଏମଭିଆଇଙ୍କ ନେତୃତ୍ବରେ ଏକ ଟିମ ଯାଇଛି । ଗାଡିର ଫିଟନେସ ଓ ପରମିଟ ଠିକ ରହିଛି । ଡ୍ରାଇଭରଙ୍କ ଭୁଲ ଯୋଗୁ ଏଭଳି ଅଘଟଣ ହୋଇଥିବା କୁହାଯାଉଛି ।

ଟଳିଲା ବଡ଼ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବ୍ରିଜ୍ ଉପରେ ଓହଳିଲା ବସ୍ । ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି ମହାନଦୀ ବ୍ରିଜ୍ ଉପରେ ।

ବାଙ୍କୀର ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜ ଉପରେ ଓହଲି ରହିଥିଲା ଏକ ଯାତ୍ରୀବାହୀ ବସ୍ । ବସ୍‌ ବ୍ରିଜ୍‌ର ସାଇଡ୍‌ ୱାଲ୍‌କୁ ଧକ୍କା ଦେଇ ଆଗକୁ ମାଡ଼ି ଯାଇଥିଲା । ତେବେ ବସ୍‌ଟି ମହାନଦୀରେ ପଡ଼ି ନଥିଲା । ବସ୍‌ଟି ବ୍ରିଜ୍‌ ଉପରେ ଝୁଲି ରହିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ଆସିଥିଲେ ।

bus_accident

ବସ୍‌ଟି ଅନୁଗୁଳରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କେମିତି ଏଭଳି ଏକ ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ । କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିଲା।

ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଛଥିଲା । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲେ ବି ୧୦ରୁ ଅଧିକ ଯାତ୍ରୀ ଆହାତ ହୋଇଛନ୍ତି । ଗାଡିର କାଚ ଓ ଜରୁରୀ ଦ୍ୱାର ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି । ହେଲେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନାହିଁ । ସଂପୂର୍ଣ୍ଣ ତଦନ୍ତ ପରେ ସଠିକ୍ ରିପୋର୍ଟ ଆସିବ ।

ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପରେ ଆଇପିସି ଧାରାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ସଞ୍ଜୟ କୁମାର ବେହେରା କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+