ଅଗଷ୍ଟ ୧୬ରୁ ଘରୋଇ ବସ୍ ଧର୍ମଘଟ !
ଭୁବନେଶ୍ୱର: ଅଗଷ୍ଟ ୧୬ରୁ ଘରୋଇ ବସ୍ ଧର୍ମଘଟ । ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ ହେବ ବୋଲି ରାଜ୍ୟ ବସ୍ ମାଲିକ ସଂଘ ଚେତାବନୀ ଦେଇଛି । ବିଭିନ୍ନ ଗ୍ରାମାଞ୍ଚଳକୁ 'ମୋ ବସ୍' ଚଳାଚଳ କରିବା ଦ୍ବାରା ଘରୋଇ ବସ୍ ମାଲିକ ମାନଙ୍କର କ୍ଷତି ହେଉଛି । ରାଜ୍ୟ ସରକାର ଅଗଷ୍ଟ ୧୫ ସୁଦ୍ଧା ଏହି ସମସ୍ୟାର ସମାଧାନ ନ କଲେ, ଅଗଷ୍ଟ ୧୬ରୁ ଘରୋଇ ବସ୍ ଧର୍ମଘଟ ହେବ ବୋଲି ରାଜ୍ୟ ବସ୍ ମାଲିକ ସଂଘ ଚେତାବନୀ ଦେଇଛି ।
କେବଳ ସହରାଞ୍ଚଳରେ 'ମୋ ବସ୍' ଚଳାଚଳ କରିବା ନେଇ ନିୟମ ହୋଇଥିଲେ ହେଁ ବେଆଇନ ଭାବେ ବିଭିନ୍ନ ଗ୍ରାମାଞ୍ଚଳରେ 'ମୋ ବସ୍' ଚଳାଚଳ କରୁଛି । ତେବେ ଆଗାମୀ ଦିନରେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ମଧ୍ୟ ମୋ ବସ୍ ସେବା ଯୋଗାଇ ଦେବାକୁ ଲକ୍ଷ୍ମୀ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ପଞ୍ଚାୟତରୁ ବ୍ଲକ ସଦର ମହକୁମାକୁ ଏହା ଚଳାଚଳ କରିବ । ଘରୋଇ ବସ୍ ମାଲିକ ମାନଙ୍କର କ୍ଷତି ହେଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ଆଜି ସଂଘର ଏନେଇ ଏକ ଜରୁରୀ ବୈଠକ ଡକାଯାଇଥିଲା । ଏଥିରେ ୬୩ଟି ଆଞ୍ଚଳିକ ସଂଘର କର୍ମକର୍ତ୍ତା ଓ ବସ୍ ମାଲିକମାନେ ଯୋଗ ଦେଇଥିଲେ। ଏଥିରେ ମୋ ବସ୍ ଚଳାଚଳ ଦ୍ବାରା ହେଉଥିବା କ୍ଷତି ଏବଂ ଗଣ୍ଡଗୋଳ ପରିସ୍ଥିତି ନେଇ ଆଲୋଚନା ହୋଇଥିଲା । ଏହା ପରେ ବସ୍ ଧର୍ମଘଟ ନେଇ ନିଷ୍ପତ୍ତି ହୋଇଥିବା ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ।
ରାଜ୍ୟ ସରକାର ଯଦି ଏହି ପ୍ରସ୍ତାବରୁ ନ ଓହରିବେ ତେବେ ସମସ୍ତ ବସ୍ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟ ସରକାର ଯଦି ଏ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ୧୬ ଠାରୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....












Click it and Unblock the Notifications