ପୋଲ ତଳକୁ ଓଲଟିଲା ବସ୍‌; ୨୦ରୁ ଉର୍ଦ୍ଧ୍ବ ଆହତ

ବାଲେଶ୍ୱର: ପୋଲ ତଳକୁ ଓଲଟିଲା ବସ୍‌; ୨୦ରୁ ଉର୍ଦ୍ଧ୍ବ ଆହତ। ବାଲେଶ୍ୱର ନୁଣିଆଯୋଡ଼ି ପୋଲରେ ଭାରସାମ୍ୟ ହରାଇ ଓଲଟିଲା । ବାଲିଆପାଳରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ବସ୍‌। ବସ୍‌ରେ ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ, ଉଦ୍ଧାର କାର୍ଯ୍ୟ ଜାରି।

Bus overturns under bridge over 20 injured

ଓଲଟିଲା ଯାତ୍ରୀବାହୀ ବସ୍‌ । ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍‌ । ଯେଉଁଥିରେ ୪୦ରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି । ବାଲେଶ୍ୱର ଜିଲ୍ଲା ନୁଣିଆଯୋଡ଼ି ପୋଲ ନିକଟରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରୁ ଚାଲିଛି ଉଦ୍ଧାର କାର୍ଯ୍ୟ ।

ଖବର ଅନୁଯାୟୀ, ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିଲା ଏକ ଯାତ୍ରୀବାହୀ ବସ୍‌ । ହେଲେ ବାଲେଶ୍ୱର ନୁଣିଆଯୋଡ଼ି ପୋଲ ନିକଟରେ ଯାତ୍ରୀବାହୀ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ପୋଲ କଡ଼ରେ ଥିବା ପାଣିରେ ବସ୍‌ଟି ପଡିଯାଇଥିଲା । ତେବେ ବସ୍‌ଟି ପାଣିରେ ପଡିବା ଦ୍ୱାରା ଗାଡ଼ିରେ ଥିବା ୪୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଥିବା ଜଣାପଡିଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି । ଏବେ ଯାଏଁ ଆହତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିନାହିଁ । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+