ତପ୍ତପାଣି ଘାଟିରେ ଓଲଟିଲା ପିକ୍ନିକ୍ ବସ୍, ୩୫ ଗୁରୁତର
ମୋହନା: ତପ୍ତପାଣି ଘାଟିରେ ପିକନିକ୍ ବସ୍ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲାଙ୍କ ସଂଖ୍ୟା ଅଧିକ ରହିଛି । ନଆବର୍ଷରେ ପିକ୍ନିକ ସାରି ଘରକୁ ଫେରୁଥିବା ବେଳେ ଆଜି ଅପରାହ୍ନରେ ତପ୍ତପାଣି ଘାଟିରେ ବସଟି ଓଲଟି ପଡ଼ିଥିଲା। ବର୍ତ୍ତମାନ ଅନେକ ଯାତ୍ରୀ ବସ୍ ଭିତରେ ଫସି ରହିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ଦଶମନ୍ତପୁର ଅଞ୍ଚଳରୁ ପ୍ରାୟ ୬୦ରୁ ଅଧିକ ଲୋକ ପିକନିକ୍ କରିବା ପାଇଁ ଏକ ବସରେ ଜିରାଙ୍ଗ ଯାଇଥିଲେ । ପିକନିକ୍ ସାରି ଘରକୁ ଫେରିବା ବେଳେ ତପ୍ତପାଣି ଘାଟିରେ ବସଟି ଭାରସ୍ୟାମ ହରାଇ ଘାଟିର ବାମ ପାର୍ଶ୍ୱକୁ ଓଲଟି ପଡିଥିଲା । ଖବର ଲେଖିବା ସମୟରେ ପ୍ରାୟ ୩୫ ଜଣ ଆହତ ହୋଇଥିବା ନେଇ ସୂଚନା ରହିଥିଲା । ବର୍ତ୍ତମାନ ଆହୁରି ଅନେକ ଲୋକ ବସ ଭିତରେ ଫସି ରହିଥିବା ନେଇ ଅନୁମାନ କରାଯାଉଛି ।
ଖବର ପାଇ ସ୍ଥାନୀୟ ଲୋକ ପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରେ ସାନଖେମୁଣ୍ଡି ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications