ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍, ୬ ଯାତ୍ରୀ ଆହତ
ପଟ୍ଟାମୁଣ୍ଡାଇ: ପୋଲରୁ ଖସିଲା ଯାତ୍ରୀବାହୀ ବସ, ୫ ଯାତ୍ରୀ ଆହତ। ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ବଡ଼ପଡ଼ା ଗ୍ରାମ ନିକଟରେ, ବସ୍ଟି କଟକରୁ ଜମ୍ବୁ ଅଭିମୁଖେ ଯାଉଥିବା ବେଳେ ସନ୍ଧ୍ୟାରେ ଘଟିଛି ଏହି ଘଟଣା। ଜଣେ ଯାତ୍ରୀଙ୍କ ସୂଚନା ଅନୁସାରେ, ବସ୍ଟିରେ ୨୦ରୁ୨୫ ଜଣ ଥିଲେ। ବସ୍ଟି ହଠାତ୍ ଓଲଟି ପଡ଼ିଥିଲା। କେହି କିଛି ବୁଝି ପାରି ନଥିଲେ। ବସ୍ର ଏକ ଦ୍ୱାର ଦେଇ ପ୍ରଥମେ ଡ୍ରାଇଭର ବାହାରକୁ ଯାଇଥିଲେ। ତା'ପରେ ଯାତ୍ରୀମାନଙ୍କୁ ଜଣେ ଜଣେ ବାହାର କରାଯାଇଥିଲା।

ସ୍ଥାନୀୟ ଲୋକେ ସହାୟତା କରିବା ପାଇଁ ପହଞ୍ଚିଥିଲେ। ବର୍ଷା ଓ ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଡାକ୍ତରଖାନାକୁ ପଠାଯାଇଥିଲା।












Click it and Unblock the Notifications