ଗଞ୍ଜାମ-କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ବସ୍, ଜଣେ ମୃତ , ୧୬ଯାତ୍ରୀ ଗୁରୁତର

ଗଞ୍ଜାମ-କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ବସ୍, ଜଣେ ମୃତ । ୧୬ଯାତ୍ରୀ ଗୁରୁତର ମେଡିକାଲରେ ଭର୍ତ୍ତି ।ଗୁରୁତରଙ୍କୁ ଭଞ୍ଜନଗର ଓ ଜି.ଉଦୟଗିରି ମେଡିକାଲରେ ଭର୍ତ୍ତି ।ବସ୍‌ଟି ବରଗଡ଼ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା । ବ୍ରେକ୍ ଫେଲ୍‌ ଯୋଗୁଁ ବସ୍‌ଟି ଦୁର୍ଘଟଣାର ଶିକାର ହୋଇଥିବା ସୂଚନା।

Bus overturns at Kalinga Ghati

ଭୋର୍‌ ସମୟରେ କଳିଙ୍ଗା ଘାଟିର ଅନ୍ଧାରୀକୋଟି ମନ୍ଦିର ବୁଲାଣିରେ ଏକ ବସ୍‌ ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଭଞ୍ଜନଗର ଏବଂ ଜି. ଉଦୟଗିରି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ଏବଂ ଜି ଉଦୟଗିରି ହସ୍ପିଟାଲକୁ ପଠାଇଛି।

ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ପ୍ରାୟ ଦୁଇମାସ ଗମନାଗମନ ବନ୍ଦ ରହିବା ପରେ ଗତ ସପ୍ତାହରେ ଚାରି ଚକିଆ ଯାନ ଏବଂ ଦୁଇ ଚକିଆ ଯାନ ଯାତାୟାତ ପାଇଁ ଅନୁମତି ମିଳିଥିଲା। ବସ୍‌ ଟ୍ରକ୍‌ ଯାତାୟାତ ପାଇଁ ଅନୁମତି ମିଳୁ ନ ଥିଲା। କିନ୍ତୁ ଗୁରୁବାର ରାତିରେ ବୁର୍ଲାରୁ ଶ୍ରୀରାମ ବସ୍‌ ବ୍ରହ୍ମପୁର ଅଭିମୁଖେ ପ୍ରାୟ ୨୫ ଜଣ ଯାତ୍ରୀ ନେଇ ଆସୁଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+