ଟ୍ରକକୁ ପଛରୁ ପିଟିଲା ବସ୍; ୩୦ରୁ ଊର୍ଦ୍ଧ୍ବ ଆହତ
ଖଲ୍ଲିକୋଟ: ଟ୍ରକକୁ ପଛରୁ ପିଟିଲା ବସ୍; ୩୦ରୁ ଊର୍ଦ୍ଧ୍ବ ଆହତ। ଏନ୍ଏଚ୍ ୧୬ ଲଙ୍ଗଳେଶ୍ବର ଛକ ନିକଟରେ ଦୁର୍ଘଟଣା। ବସ୍ଟି ଭୁବନେଶ୍ବରରୁ ଆସିକା ଯାଉଥିଲା, ଡ୍ରାଇଭର ଓ ହେଲପର୍ ଫେରାର।
ମିଳିଥିବା ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତି ସମୟରେ ଭୁବନେଶ୍ୱରରୁ ଆସ୍କା ଅଭିମୁଖେ ୩୦ରୁ ଉଦ୍ଧର୍ବ ଯାତ୍ରୀଙ୍କୁ ନେଇ ଆସୁଥିବା ବାଲୁଙ୍କେଶ୍ୱର ନାମକ ଘରୋଇ ବସ ନମ୍ବର OD 02 CH 0599 ହଠାତ ଲଙ୍ଗଳେଶ୍ବର ରିଲିଆନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରେ ରାସ୍ତା କଡ଼ରେ ଥିବା ଏକ ଟ୍ରକ ପଛକୁ ଶକ୍ତ ଧକ୍କା ଦେଇଥିଲା । ଯାହା ଫଳରେ ବସ୍ଟିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବସ ଭିତରେ ଥିବା ୩୦ ରୁ ଉଦ୍ଧର୍ବ ଯାତ୍ରୀ ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ,ଏବଂ ଫାଏର ଗାଡି ଯୋଗେ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଖବର ପାଇ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ମେଡ଼ିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ବସଟିକୁ ପୋଲିସ ଜବତ କରିଥିବା ବେଳେ ସମସ୍ତ ଗୁରୁତର ଆହତ ମାନଙ୍କୁ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଥାନା ଅଧିକାରୀ ଏକ ବସ ଭଡା କରି ଆହତ ଯାତ୍ରୀ ମାନଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇଛନ୍ତି । ତେବେ ଦୁର୍ଘଟଣା ଘଟାଇଥିବା ବସ ଡ୍ରାଇଭର, କଣ୍ଡକ୍ଟର ଓ ହେଲ୍ପର ଦୁର୍ଘଟଣା ସ୍ଥଳରୁ ଫେରାର ଥିବା ଜଣା ପଡିଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛିି।












Click it and Unblock the Notifications