ପୁଣି ବଢ଼ିଲା ବସ ଭଡ଼ା
ତେଲ ଦର ବୃଦ୍ଧି ପାଇଁ ଆଜିଠାରୁ ରାଜ୍ୟ ଯାତ୍ରୀବାହୀ ବସ ଭଡା ବଢିଛି । ଅଟୋମେଟିକ ମେକାନିଜମ ନିୟମ ଅନୁସାରେ ବସ୍ ଭଡ଼ା ବଢ଼ିଛି।
ଭୁବନେଶ୍ୱର: ବସ ଯାତ୍ରୀଙ୍କ ପକେଟକୁ ମାଡ । ପୁଣି ବଢିଲା ବସ ଭଡା । ତେଲ ଦର ବୃଦ୍ଧି ପାଇଁ ଆଜିଠାରୁ ରାଜ୍ୟ ଯାତ୍ରୀବାହୀ ବସ ଭଡା ବଢିଛି । ଅଟୋମେଟିକ ମେକାନିଜମ ନିୟମ ଅନୁସାରେ ବସ୍ ଭଡ଼ା ବଢ଼ିଛି।
ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନ ଅନୁସାରେ, ସାଧାରଣ ବସ୍ ପାଇଁ ୬ ପଇସା ଓ ଏକ୍ସପ୍ରେସ୍ ବସ୍ ପାଇଁ ୭ ପଇସା ବୃଦ୍ଧି ହୋଇଛି। ସେହିପରି ଡିଲକ୍ସ ବସ୍ ଭଢ଼ା ୨ ପଇସା ଓ ଏସି ଡିଲକ୍ସ ବସ୍ ଭଡ଼ା ୮ ପଇସା ହୋଇଛି।

ପୂର୍ବରୁ ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୭୪ ପଇସା ଥିବାବେଳେ ନୂଆ ଦରକୁ ମିଶାଇ ଏବେ ତାହା ୮୦ ପଇସା ହୋଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୭୭ରୁ ୮୪ ପଇସା ହୋଇଥିବା ବେଳେ ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୯ ପଇସାରୁ ୧ ଟଙ୍କା ୧୧ ପଇସାକୁ ବୃଦ୍ଧି ହୋଇଛି।
ଏସି ଡିଲକ୍ସ ଭଡ଼ା ବି ବଢ଼ିଛି। ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୩୧ ପଇସାରୁ ବଢ଼ି ୧ ଟଙ୍କା ୩୯ ପଇସା ହୋଇଛି। ପ୍ରଥମ ଥର ପାଇଁ ସୁପର୍ ପ୍ରିମିୟମ୍ ବସ୍ ନିମନ୍ତେ ସ୍ୱତନ୍ତ୍ର ଭାବେ ଦର ଧାର୍ଯ୍ୟ କରାଯାଇଛି। ଏହି ବସ୍ ଭଡ଼ା କିଲୋମିଟର ପିଛା ୨ ଟଙ୍କା ୧୭ ପଇସା କରାଯାଇଛି।












Click it and Unblock the Notifications