ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା
ରାଜ୍ୟରେ ପୁଣି ବଢ଼ିଲା ଯାତ୍ରୀବାହୀ ବସ୍ ଭଡ଼ା। ସରକାରୀ ବସ୍ ଭଡ଼ା ବଡାଇଛନ୍ତି ରାଜ୍ୟ ସରକାର । ଆଜିଠାରୁ ଏହି ନୂଆ ଭଡ଼ା ଲାଗୁ କରାଯିବ । ଅର୍ଡିନାରୀ ବସ୍ ଭଡା କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି ।
ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ଯାତ୍ରୀବାହୀ ବସ୍ ଭଡ଼ା। ସରକାରୀ ବସ୍ ଭଡ଼ା ବଡାଇଛନ୍ତି ରାଜ୍ୟ ସରକାର । ଆଜିଠାରୁ ଏହି ନୂଆ ଭଡ଼ା ଲାଗୁ କରାଯିବ । ଅର୍ଡିନାରୀ ବସ୍ ଭଡା କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି । ସେହିପରି ଏକ୍ସପ୍ରେସ ବସ୍ କିଲୋମିଟର ପିଛା ୨ ପଇସା ବଢାଯାଇଛି । ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୪ ପଇସା ବୃଦ୍ଧି କରାଯାଇଛି । ସୁପର ପ୍ରିମିୟମ ବସ ଭଡ଼ା କିଲୋମିଟର ପିଛା ୬ ପଇସା ବୃଦ୍ଧି ପାଇଛି ।

ଅଟୋମେଟିକ ମେକାନିଜିମ ଆଧାରରେ ବସ୍ ଭଡ଼ା ବଢ଼ିଛି। ବସ୍ ଭଡ଼ା ବୃଦ୍ଧି ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ପୂର୍ବରୁ ଡିଲକ୍ସ ଭଡ଼ା କିମି ପିଛା ୧ ଟଙ୍କା ୩୧ ପଇସା ଥିବା ବେଳେ ଏବେ ୧ ଟଙ୍କା ୩୫ ପଇସା ହୋଇଛି। ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୫୯ରୁ ୧ ଟଙ୍କା ୬୩ ପଇସାକୁ ବୃଦ୍ଧି ପାଇଛି। ସୁପର ପ୍ରିମିୟମ୍ ବସ୍ ଭଡ଼ା କିମି ପିଛା ୬ ପଇସା ବଢ଼ିଛି। ପୂର୍ବରୁ ପ୍ରିମିୟମ୍ ଭଡ଼ା କିମି ପିଛା ୨ ଟଙ୍କା ୪୭ ପଇସା ଥିବା ବେଳେ ଏବେ ଏହା ବଢ଼ି ୨ ଟଙ୍କା ୫୩ ପଇସା ହୋଇଛି।












Click it and Unblock the Notifications