For Quick Alerts
Turn On Notification  
For Daily Alerts
Oneindia App Download

ଲୋକଙ୍କ ଉପରେ ମହଙ୍ଗା ମାଡ଼, ବଢିଲା ବସ୍ ଭଡ଼ା

ପେଟ୍ରୋଲ, ଜିଡେଲ ଓ ଗ୍ୟାସ ଦର ବଢୁଥିବା ବେଳେ ଆଜି ପୁଣି ବଢିଛି ବସ୍ ଭଡ଼ା । ଏବେ ସାଧାରଣ ଲୋକ ସବୁ ସମୟରେ ନିର୍ଭରଶୀଳ ଥିବା ଏହି ଗମନାଗମନ ଉପରେ ଏବେ ଦେବାକୁ ପଡିବ ଅଧିକ ଟଙ୍କା ।

|

ଭୁବନେଶ୍ୱର : ସାଧାରଣ ଲୋକଙ୍କ ମୁଣ୍ଡ ଉପରେ ମହଙ୍ଗା ମାଡ଼ । ପେଟ୍ରୋଲ, ଜିଡେଲ ଓ ଗ୍ୟାସ ଦର ବଢୁଥିବା ବେଳେ ଆଜି ପୁଣି ବଢିଛି ବସ୍ ଭଡ଼ା । ଏବେ ସାଧାରଣ ଲୋକ ସବୁ ସମୟରେ ନିର୍ଭରଶୀଳ ଥିବା ଏହି ଗମନାଗମନ ଉପରେ ଏବେ ଦେବାକୁ ପଡିବ ଅଧିକ ଟଙ୍କା ।

ବସଭଡ଼ା

ଡିଜେଲ ଦର ବୃଦ୍ଧି ପାଇଥିବାରୁ ରାଜ୍ୟରେ ବଢ଼ିଛି ବସ୍‌ ଭଡ଼ା । ସାଧାରଣ ବସ୍‌ ଭଡ଼ାରେ କିଲୋମିଟର ପିଛା ୮୦ ପଇସାରୁ 5 ପଇସା ବୃଦ୍ଧି ପାଇ ୮୫ ପଇସାରେ ପହଞ୍ଚିଛି । ସେହିପରି ଏକ୍ସପ୍ରେସ ବସ୍ ଭଡ଼ାରେ ବଢିଛି 5ପଇସା । ଏଥିରେ କିଲୋମିଟର ପିଛା ଦେବାକୁ ହେବ 89 ପଇସା । ଯାହାକୁ ପୂର୍ବରୁ 84 ପଇସା ଥିଲା । ଡିଲକ୍ସ ବସରେ ଯାଉଥିବା ଯାତ୍ରୀଙ୍କୁ କିଲୋମିଟର ପିଛା ଦେବେ 1 ଟଙ୍କା 21 ପଇସା । ଏ.ସି ଡିଲକ୍ସ ବସ୍ ଭଡ଼ା 1 ଟଙ୍କା 39 ପଇସାରୁ ବଢ଼ି ହୋଇଛି 1ଟଙ୍କା 49 ପଇସା । ସେହିପରି ସୁପର ପ୍ରିମିୟମ ବସରେ କିଲୋମିଟର ପିଛା ଭଡ଼ା 2 ଟଙ୍କା 17 ପଇସାରୁ 2 ଟଙ୍କା 32 ପଇସାକୁ ବୃଦ୍ଧି ପାଇଛି ।

ତେଲ ଦର ବୃଦ୍ଧି ପାଇବା କାରଣରୁ ରାଜ୍ୟରେ ବସ ଭଡ଼ା ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘର ସମ୍ପାଦକ ସୂଚନା ଦେଇଛନ୍ତି । ତେବେ ଲଗାତାର ଭାବେ ରାଜ୍ୟରେ ବସ ଭଡ଼ା ବୃଦ୍ଧିକୁ ନେଇ ଯାତ୍ରୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Due to Hike in Petrol and Diesel Price, Bus Fare hiked in Odisha.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X