Get Updates
Get notified of breaking news, exclusive insights, and must-see stories!

Bus Drivers Protest: ରାଜଧାନୀରେ ‘ଆମ ବସ୍‌’ ସେବା ଠପ୍‌, ଆନ୍ଦୋଳନରେ ବସିଲେ ଡ୍ରାଇଭର-କଣ୍ଡକ୍ଟର

ରାଜଧାନୀରେ ଠପ୍‌ ହେଲା 'ଆମ ବସ୍‌' ସେବା । ଆଜି ରାଜଧାନୀ ଭୁବନେଶ୍ୱରରେ 'ଆମ ବସ୍' ସେବା ବନ୍ଦ ରହିଛି । ଡିପୋରେ ବସ୍ ଠିଆ କରି ଆନ୍ଦୋଳନରେ ବସିଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର ।

ବିନା କାରଣରେ ଲୋକମାନେ ଅନେକ ସମୟରେ ଡ୍ରାଇଭର ଓ କଣ୍ଡକ୍ଟରକୁ ମାଡ଼ ମାରିବା ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି 'ଆମ ବସ୍' କର୍ମଚାରୀ । ରାଜ୍ୟ ସରକାର ସୁରକ୍ଷା ଦେଲେ ଆମେ ଗାଡ଼ି ଚଲାଇବୁ । ନହେଲେ ଗାଡ଼ି ଗଡିବ ନାହିଁ ବୋଲି କହିଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର । ଯାହାଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

Bus Drivers Protest Aam Bus service stopped

ଯାହା ସୂଚନା ରହିଛି, ଗତକାଲି ସମ୍ ହସ୍ପିଟାଲ ଡିପୋରେ ଜଣେ ଆମ ବସ୍ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ବସ୍ ଯାଉଥିବା ବେଳେ ଧୂଳି ଉଡିବାରୁ କିଛି ସ୍ଥାନୀୟ ଲୋକେ ଡିପୋରେ ପଶି କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଆମ ବସ୍ କର୍ମଚାରୀଙ୍କୁ ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର । ବସ୍ ଚଳାଚଳ ବନ୍ଦ ଥିବାରୁ ଆଜି ଭୁବନେଶ୍ୱରରେ ଯାତ୍ରୀମାନେ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+