ଦୀପାବଳିରେ ଅଘଟଣ; ନିଆଁ ଲାଗି ପୋଡ଼ିଗଲା ୫ ବସ୍
ଦୀପାବଳିରେ ବସରେ ଲାଗିଲା ନିଆଁ । ନିଆଁ ଲାଗି ପୋଡ଼ିଗଲା ୫ ବସ୍ । ରାଜଧାନୀ ଭୁବନେଶ୍ୱର ସ୍ଥିତ ତମାଣ୍ଡୋରେ ଅଘଟଣ ଦେଖିବାକୁ ମିଳିଛି । ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି ।
ତମାଣ୍ଡୋ ଥାନା ପାତ୍ରପଡା ଛକରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ପାର୍କିଂରେ ଛିଡ଼ା ହୋଇଥିବା ସମୟରେ ୫ ବସ୍ ଜଳି ପୋଡ଼ି ନଷ୍ଟ ହୋଇଛି । ଅଗ୍ନିକାଣ୍ଡର ପଛର କାରଣ ବର୍ତ୍ତମାନସୁଦ୍ଧା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି ।
ତମାଣ୍ଡୋ ଛକ ପାଖ ପାତ୍ରପଡା HDFC ବ୍ୟାଙ୍କ ସାମ୍ନାରେ ଥିବା ଗ୍ୟାରେଜରେ ଏଭଳି ଅଘଟଣ ଘଟିଛି । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଗ୍ୟାରେଜରେ ଓ୍ବେଲଡିଂରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବାଣ ଫୁଟାଇବାବେଳେ ନିଆଁ ଲାଗି ଏହି ଅଘଟଣ ଘଟିଥାଇପାରେ ବୋଲି କୁହାଯାଉଛି । ହେଲେ ଅଗ୍ନିକାଣ୍ଡ ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଅଘଟଣ ଏଡାଇବାକୁ ବିଭିନ୍ନ ପ୍ରକାର ପ୍ରଚେଷ୍ଟା କରାଯାଇଥିଲେ ବି ଦୀପାବଳି ଦିନ ରାଜଧାନୀ ଭୁବନେଶ୍ବରରେ ଅଘଟଣ ଘଟିଛି । ଅଗ୍ନିଶମବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯିବା ପାଇଁ ଉଦ୍ୟମ କରାଯାଉଥିବାବେଳେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ ।
ଭୁବନେଶ୍ବର ଦମକଳ କେନ୍ଦ୍ର ଓ ଜଟଣୀ ଦମକଳ କେନ୍ଦ୍ରରୁ ୨ଟି ଲେଖାଏ ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ନିଆଁଙ୍କୁ ଆୟତ୍ତ କରିବାକୁ ପ୍ରଚେଷ୍ଟା ଜାରି ରଖିଛି ଅଗ୍ନିଶମ ବାହିନୀ ।
ଦୀପାବଳି ସମୟରେ ସତର୍କତା ଅବଲମ୍ବନ କରିବାକୁ ପୂର୍ବରୁ ଅନେକ ଥର ପରାମର୍ଶ ଦିଆଯାଇଛି । ବେଆଇନ ବାଣ ଗଚ୍ଛିତ ରଖିବାକୁ ମଧ୍ୟ ବାରଣ କରାଯାଇଛି । କମିଶନରେଟ ପୋଲିସର ଟିମ୍ ଅନେକ ସ୍ଥାନରେ ଚଢାଉ କରିଛି ।












Click it and Unblock the Notifications