ଓଲଟିଲା ଯାତ୍ରୀବାହୀ ବସ୍, ୧୦ ଯାତ୍ରୀ ଆହତ
ଖୋର୍ଦ୍ଧା ଜାତୀୟ ରାଜପଥ ପୀତାପଲ୍ଲୀଠାରେ ଓଲଟିଲା ଯାତ୍ରୀବାହୀ ବସ୍ । ଭୁବନେଶ୍ବରରୁ ଆସ୍କା ଯାଉଥିବା ବେଳେ ଦୁର୍ଘଟଣା । ଦୁର୍ଘଟଣାରେ ପାଖାପାଖି ୧୦ ଯାତ୍ରୀ ଆହତ ସୂଚନା ରହିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ପାଖାପାଖି ୫୦ ଯାତ୍ରୀ ଥିବା ସୂଚନା ରହିଛି ।

ସୂଚନାନୁଯାୟୀ, ବସ୍ଟି ଭୁବନେଶ୍ୱରରୁ ଆସ୍କା ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଛି। ବର୍ତ୍ତମାନ ବସ୍ରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା ଚାଲିଛି। ଏହି ଦୁର୍ଘଟଣା ଘଟିବା ମାତ୍ରେ କିଛି ଯାତ୍ରୀ ସଙ୍ଗେ ସଙ୍ଗେ ବାହାରକୁ ବାହାରିଯାଇଥିଲେ।












Click it and Unblock the Notifications