ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୩୦ ଯାତ୍ରୀ ଆହତ

ରାଉରକେଲା: ଭାରସାମ୍ୟ ହରାଇ ଓଲଟିଲା ବସ୍ । ଯାହା ଫଳରେ ବସ୍‌ରେ ଥିବା ୩୦ ଯାତ୍ରୀ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ନିକଟରେ । ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଅନୁସାରେ ଆଜି ଅପରାହ୍‌ଣରେ ଯାତ୍ରୀବାହୀ ଘରୋଇ ଯାତ୍ରୀବାହୀ ବସ୍ (ଓଆର ୧୬ସି ୫୧୪୫) ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ରାଉରକେଲା ଠାରୁ କଳୁଙ୍ଗା ବାଲଣ୍ଡା ଯାଉଥିଲା । କଳୁଙ୍ଗା ଛକ ନିକଟରେରେ ବସ୍‌(ରଙ୍ଗୋଲି)ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

bus accident

ଆହତମାନଙ୍କ ମଧ୍ୟରେ ମହିଳା ଓ ଶିଶୁମାନେ ମଧ୍ୟ ଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଯାତ୍ରୀମାଙ୍କୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବ୍ରାହ୍ମଣୀ ତରଙ୍ଗ ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+