ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ: ୪ ମୃତ,୨୩ରୁ ଅଧିକ ଆହତ
Accident News: ଅଧାର ରହିଲା ଜଗା ଦର୍ଶନ । ଉତ୍ତରପ୍ରଦେଶରୁ ପୁରୀ ଆସୁଥିବା ବେଳେ ଏନଏଚ୍ ୧୬ ଚାଲନ୍ତି ବାଇପାସ୍ ଛକ ନିକଟରେ ତୀର୍ଥଯାତ୍ରୀଙ୍କ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଜାତୀୟ ରାଜପଥରୁ ୨୦ ଫୁଟ୍ ତଳକୁ ଖିସିବା ଫଳରେ ୪ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଯାତ୍ରୀ ଅଛନ୍ତି । ୨୩ ଜଣ ଆହତଙ୍କ ମଧ୍ୟରେ ୧୬ ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି ।

ସୂଚନା ଅନୁସାରେ, କ୍ରିଷ୍ନା ନାମକ ବସଟି ଉତ୍ତର ପ୍ରଦେଶରୁ ୫୭ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଜଗା ଦର୍ଶନ ପାଇଁ ପୁରୀ ଆସୁଥିଲେ । ସେମାନେ ଗତ ୧୮ ତାରିଖରୁ ଉତ୍ତରପ୍ରଦେଶରୁ ବାହାରିଥିଲେ। ଗତକାଲି ରାତିରେ ବସ୍ଟି କଲିକତାରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ରାତି ପ୍ରାୟ ଗୋଟାଏ ସମୟରେ ୬୦ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ବସ୍ଟି ଭାରସାମ୍ୟ ହରାଇ ଜାତୀୟ ରାଜପଥରୁ ୨୦ ଫୁଟ ତଳକୁ ଖସି ପଡିଥିଲା ।
ଦୁର୍ଘଟଣା ବିଷୟରେ ଖବର ପାଇଁ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ଆହତଙ୍କୁ ଜଳେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୧୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।












Click it and Unblock the Notifications