ଗୋଡ଼ଭଙ୍ଗା ଘାଟିରେ ବସ୍ ଦୁର୍ଘଟଣା:୧୫ ଆହତ
ଆନନ୍ଦପୁର: ଗୋଡ଼ଭଙ୍ଗା ଘାଟିରେ ବସ୍ ଦୁର୍ଘଟଣାରେ ୧୫ ଆହତ । ସମସ୍ତ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା । ମୟୂରଭଞ୍ଜ ଜାମଦାରୁ ଭୁବନେଶ୍ୱର ଯାଉଥିବା ବେଳେ ଘାଟିରେ ବସକୁ ପଛରୁ ଧକ୍କା ଦେଇଥିଲା ଚାଉଳ ବୋଝେଇ ଟ୍ରକ ।

ସୂଚନା ଅନୁସାରେ, ବସରେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ । ଆନନ୍ଦପୁର ଗୋଡ଼ଭଙ୍ଗା ଘାଟିରେ ବସଟିକୁ ଏକ ଚାଉଳ ବୋଝେଇ ଟ୍ରକ ଧକା ଦେଇଥିବା । ଯେଉଁଥିରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତୁରନ୍ତ ସମସ୍ତ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁସାରେ, ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।












Click it and Unblock the Notifications