ଟ୍ରଲରକୁ ଧକ୍କା ଦେଲା ବସ୍: ୧୦ ଜଣ ଆହତ
Accident News: କଟକ ସଦର ଭାଣପୁରରେ ଏକ ଟ୍ରଲରକୁ ପଛରୁ ଧକ୍କା ଦେଲା ବସ୍ । ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି । କଟକ ଏନଏଚ୍ ୧୬ରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କୁ ଉଦ୍ଧାର କରିଯାଇଛି ସମସ୍ତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ବସ୍ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ବସଟି ସୁନ୍ଦରଗଡ଼ରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଆସୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ବସ୍ ଡ୍ରାଇଭରଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି ଏବଂ ବସଟିକୁ ଜବତ କରି ତଦନ୍ତ ଆରମ୍ଭ କରାଯାଇଛି ।












Click it and Unblock the Notifications