ଡିଭାଇଡ଼ର ଭାଙ୍ଗି ରାସ୍ତା ଉପରେ ଓଲଟିଲା ବସ
ଗଣତନ୍ତ୍ର ଦିବସରେ ରାଜଧାନୀରେ ବସ୍ ଦୁର୍ଘଟଣା । ଡିଭାଇଡ଼ର ଭାଙ୍ଗି ରାସ୍ତା ଉପରେ ଓଲଟିଲା ବସ । ରାଜଧାନୀ ସତ୍ୟନଗର ସ୍ଥିତ ପେଟ୍ରୋଲ ପମ୍ପ ସାମ୍ନାରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଭୁବନେଶ୍ୱର: ଗଣତନ୍ତ୍ର ଦିବସରେ ରାଜଧାନୀରେ ବସ୍ ଦୁର୍ଘଟଣା । ଡିଭାଇଡ଼ର ଭାଙ୍ଗି ରାସ୍ତା ଉପରେ ଓଲଟିଲା ବସ । ରାଜଧାନୀ ସତ୍ୟନଗର ସ୍ଥିତ ପେଟ୍ରୋଲ ପମ୍ପ ସାମ୍ନାରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ତେବେ ମିଳିଥିବା ସୂଚନାନୁସାରେ, ବସଟିରେ କେବଳ ଡ୍ରାଇଭର ଓ କଣ୍ଡକ୍ଟର ଥିଲେ । ବସ ରେ କେହି ଯାତ୍ରୀ ନଥିଲେ । ତେବେ ଡ୍ରାଇଭରଙ୍କ ହାତରେ ଆଘାତ ଲାଗିଥିବା ଜଣାପଡିଛି । ବସଟି ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଆଡକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ତେବେ ଡ୍ରାଇଭର ମଦ ପିଇ ବସ ଚଳାଉଥିବା ନେଇ ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚିଥିବା ବେଳେ pcr ଟିମ୍ ଆହାତ ଡ୍ରାଇଭରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ।












Click it and Unblock the Notifications