ରାସ୍ତା କଡ଼କୁ ଓଲଟିଲା ବସ୍,୨୦ ଗୁରୁତର

ରାସ୍ତା କଡ଼କୁ ଓଲଟିଲା ବସ୍, ୨୦ ଗୁରୁତର । ଭଦ୍ରକ ରାଣୀତାଲ ଗେଟ୍ ନିକଟରେ ଭାରସାମ୍ୟ ହରାଇ ଓଲଟିଲା । ଉଦଳାରୁ ଭଦ୍ରକ ଯାଉଥିଲା 'ରଘୁନାଥ' ନାମକ ଘରୋଇ ବସ୍ । ୨୦ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି, ଉଦ୍ଧାର କାର୍ଯ୍ୟ ଜାରି ।

ଜୟ ରଘୁନାଥ' ନାମକ ଘରୋଇ ବସ୍‌ କ୍ଷମତାଠୁ ଅଧିକ ଯାତ୍ରୀ ଧରି ଉଦଳାରୁ ଭଦ୍ରକ ଅଭିମୁଖେ ଯାଉଥିଲା । ମାତ୍ର ଗାଡ଼ିଟି ରାଣିତାଲ ନିକଟରେ ହୋଇଥିବା ବେଳେ ସମ୍ମୁଖରୁ ଦ୍ରୁତ ଗତିରେ ଏକ ବାଇକ୍‌ ଚାଲି ଆସିଥିଲା। ଉକ୍ତ ସମୟରେ ବସ୍‌ଟିର ବେଗ୍‌ ବି ଅଧିକ ଥିବା ବେଳେ ଡ୍ରାଇଭର ତାହାକୁ ନିୟନ୍ତ୍ରଣ କରି ପାରି ନ ଥିଲେ। ଫଳରେ ଗାଡ଼ିଟି ବିଲରେ ପଶି ଓଲଟି ଯାଇଥିଲା ।

bus accident

ଏହି ଦୁର୍ଘଟଣାରେ ପ୍ରାୟ ୨୦ ଯାତ୍ରୀ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ଆମ୍ବୁଲାନ୍ସ ଯୋଗେ ରାଣୀତାଲ ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟନୁ ତ୍ୱରାନ୍ୱିତ କରିଛନ୍ତି । ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+