ଜଗା ଦର୍ଶନ ପାଇଁ ପଶ୍ଚିମବଙ୍ଗରୁ ପୁରୀ ଆସୁଥିଲେ; ଓଲଟିଲା ବସ, ୨୫ ଆହତ, ୬ ଗୁରୁତର
ଭଦ୍ରକ : ଓଲଟିଲା ଟୁରିଷ୍ଟ ବସ୍ । ଅଧାରେ ରହିଗଲା ଜଗା ଦର୍ଶନ। କିଛି ସେକେଣ୍ଡରେ ସରିଗଲା ସବୁ ଖୁସି। ବାଟରେ ଲୁଚିଥିଲା କାଳ। ଅଧାବଟରେ ହେଲା ଦୁର୍ଘଟଣା। ୨୫ରୁ ଅଧିକ ଯାତ୍ରୀ ଆହତ । ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ,୭୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ନେଇ ଟୁରିଷ୍ଟ ବସ୍ ପଶ୍ଚିମବଙ୍ଗରୁ ପୁରୀ ଆସୁଥିଲା । ହେଲେ ବସ୍ ଟି ଭାରସ୍ୟାମା ହରେଇ ଓଲଟି ପଡିଥଲା। ବସ ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପେଟ୍ରୋଲ ପମ୍ପ ନିକଟରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାତ୍ରୀଙ୍କ ମଧ୍ୟରୁ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭଣ୍ଡାରିପୋଖରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ ହୋଇନାହିଁ।












Click it and Unblock the Notifications