ଜବରଦଖଲ ଜମି ଉପରେ ବୁଲିବ ବୁଲଡୋଜର; ସୁରେଶ ପୂଜାରୀ
ବିଧାନସଭାରେ ଆଜି ବଡ଼ ବୟାନ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀ । ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଜବର ଦଖଲକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ବଡ଼ କଥା ହେଉଛି ବେଆଇନ ଘରେ ବୁଲଡୋଜର ଚଲାଇବାରେ ୟୁପିର ଯୋଗୀ ଆଦିତ୍ୟନାଥ ସରକାର ଆଗରେ । କିନ୍ତୁ ନିକଟରେ ବୁଲଡୋଜର ଆକ୍ସନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତେଣୁ ରାଜସ୍ୱ ମନ୍ତ୍ରୀଙ୍କ ଚେତାବନୀ ପରେ ଘେରିଛନ୍ତି ବିରୋଧୀ ।

ଗରିବଙ୍କୁ ପଟ୍ଟା ପ୍ରଦାନ ନେଇ ମନ୍ତ୍ରୀ କହିଛନ୍ତି, ଗରିବ ଲୋକଙ୍କୁ ପଟ୍ଟା ସହିତ ପକ୍କା ଘର ଦିଆଯିବ। ପ୍ରତି ଶନିବାର ଭୂମିହୀନଙ୍କୁ ଜମି ଦେବା ପାଇଁ ତହସିଲଦାର ଓ ବିଡ଼ିଓଙ୍କ ବୈଠକ ବସିବ। ହିତାଧିକାରୀଙ୍କୁ ପଟ୍ଟା ଓ ଜମି ସହିତ ପକ୍କାଘର ଯୋଗାଇବେ ବିଡ଼ିଓ। ଏ ସରକାର ସମୟରେ ଜଣେ ହେଲେ ଭୂମିହୀନ ରହିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ୭୦% ଶିକ୍ଷାନୁଷ୍ଠାନର ନିଜସ୍ୱ ଜମି ନାହିଁ। ଡିସେମ୍ବର ୩୦ ସୁଦ୍ଧା ସବୁ ସ୍କୁଲକୁ ଜମି ଦିଆଯିବ। ସବୁ ତହସିଲ ଅଫିସକୁ ଦୁର୍ନୀତି ମୁକ୍ତ କରିବା ପାଇଁ ରେଜିଷ୍ଟ୍ରାସନ୍ ଅଫିସକୁ ସ୍ମାର୍ଟ ସର୍ଭିଲାନ୍ସ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ଏଭଳି ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ୍ ଆରଆଇ ଅଫିସରେ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି।












Click it and Unblock the Notifications