ବିବାଦୀୟ ବୈକୁଣ୍ଠଧାମରେ ବୁଲିପାରେ ବୁଲଡୋଜର; ମାଟିରେ ମିଶିପାରେ ବୈକୁଣ୍ଠ ଧାମ ଆଶ୍ରମ

ବିବାଦୀୟ ବୈକୁଣ୍ଠଧାମରେ ବୁଲିପାରେ ବୁଲଡୋଜର । ଖୁବଶୀଘ୍ର ମାଟିରେ ମିଶିପାରେ ବୈକୁଣ୍ଠ ଧାମ ଆଶ୍ରମ । ସରକାରୀ ଜମିରେ ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମ ନିର୍ମାଣ ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ ଏକଥା ସ୍ପଷ୍ଟ ହୋଇଛି ।

ବୈକୁଣ୍ଠଧାମ ଆଶ୍ରମର ୩ ମହଲା କୋଠା ହୋଇଥିବାବେଳେ ଏଥିରେ ବହୁ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଦିନକୁ ଦିନ ଏହି ଅଭିଯୋଗର ଲମ୍ବା ଫର୍ଦ୍ଦ ବଢ଼ିବାରେ ଲାଗିଛି। କଳ୍‌କି କୁହାଯାଉଥିବା ନାବାଳକ ଜଣଙ୍କ ପଟିଆ ଅଞ୍ଚଳରେ ଥିବା ଏକ କାଫେରେ ଟଙ୍କା ଉଡ଼ାଉଥିବା ଜଣେ ଯୁବତୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି। ଏଭଳିସ୍ଥଳେ କିଛି ମହିଳା ଆଶ୍ରମ ନିକଟରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଶ୍ରମର ମୁଖ୍ୟ ଗେଟ୍‌ରେ ଶ୍ରୀ ବୈକୁଣ୍ଠଧାମ ଲେଖାଥିବାବେଳେ ଏହାକୁ ନେଇ ସମାଲୋଚନା କରିଥିଲେ। ଏଥିସହ 'ଶ୍ରୀ' ଲେଖା ଉପରେ ମାଟି ବୋଳି ପ୍ରତିବାଦ ମଧ୍ୟ କରିଥିଲେ। ଏପରି କି ଆଶ୍ରମ ଉପରେ ଲାଗିଥିବା ଏକ ଭିନ୍ନ ଧରଣର ପତାକାକୁ ବିଦେଶୀ ପତାକା କହି ମଧ୍ୟ ଜଣେ ମହିଳା ପ୍ରଶ୍ନ ଉଠାଇଛନ୍ତି। ଏନେଇ ପୋଲିସ ଆପରାଧିକ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

Baikuntha Dham ashram
ଆତ୍ମଘୋଷିତ ବାବା କାଶୀନାଥଙ୍କ ବୈକୁଣ୍ଠ ଧାମ ଆଶ୍ରମ ସରକାରୀ ଜମିରେ ନିର୍ମାଣ ହୋଇଥିବା ଜାଣିବାକୁ ପାଇଛି ସାଧାରଣ ପ୍ରସାଶନ ବିଭାଗ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଆଶ୍ରମ ଓ ଏହାର ଚାରି ପାଖ ଅଞ୍ଚଳରେ ହୋଇଥିଲା ମାପଚୂପ। ଜିଏ, ବିଡିଏ ଓ ତହସିଲର ଅଧିକାରୀମାନେ କରିଥିଲେ ମାପଚୂପ। ନକ୍ସାକୁ ଆଧାର କରି ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ସରକାରୀ ଅଧିକାରୀ । ତେବେ ତର୍ଜମା ପରେ ଜଣାପଡିଛି ବୈକୁଣ୍ଠ ଧାମ ଆଶ୍ରମ ସରକାରୀ ଜମି ଉପରେ ନିର୍ମାଣ ହୋଇଛି। ଏନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଜିଏ ବିଭାଗର ବରିଷ୍ଠ ଅଧିକାରୀ। ଏନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଛି।

ତେବେ ଖୁବ ଶୀଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି। ଜବରଦଖଲ ଉଛେଦ ପାଇଁ ଆଜିଠାରୁ ଆରମ୍ଭ ହେବ ବୋଲି କହିଛନ୍ତି। ଭୁବନେଶ୍ବରର ଖଣ୍ଡଗିରି ବାରି ୧୬-୧୭ ବର୍ଷରୁ ଅଧିକ ସମୟ ହୋଇଯିବ ସରକାରୀ ଜମିକୁ ଜବର ଦଖଲ କରି ଆଶ୍ରମ ନିର୍ମାଣ କରାଯାଇଥିଲା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+