ଓଡ଼ିଶାରେ ରହି ISI ଏଜେଣ୍ଟଙ୍କ ସହ ଚାଟିଂ କରୁଥିଲା ବୁଖାରୀ
ଭୁବନେଶ୍ୱର: ଯାଜପୁରରୁ କାଶ୍ମୀରର ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହେବା ମାମଲା । ପାକିସ୍ତାନ ଆଇଏସଆଇଙ୍କ ସହ ଚାଟ୍ କରୁଥିଲା ସୟଦ ଇଶାନ ବୁଖାରି । ଏନେଇ ସୂଚନା ଦେଇଛନ୍ତି STF ଏସପି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବୁଖାରି ହ୍ୱାଟସଅପ ଚାଟରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ, ଇସାନ ବୁଖାରିର ଆଇଏସଆଇ ସହ ଲିଙ୍କ ଥିଲା ।

ଏସଟିଏଫ୍ ଏସପିଙ୍କ ସୂଚନା ଅନୁସାରେ, ଜବତ ହୋଇଥିବା ଫୋନକୁ କିଛି ମ୍ୟାସେଜ୍ ଡିଲେଟ୍ ମଧ୍ୟ କରାଯାଇଛି । ଆବଶ୍ୟକ ପଡିଲେ ଫୋନକୁ ଫରେନସିକ୍ ଲ୍ୟାବକୁ ମଧ୍ୟ ପଠାଯାଇ ପାରେ । ସିଡିଆର୍ ଏବଂ ଏସଡିଆର୍ ଆସିବା ପରେ ହିଁ ସ୍ପଷ୍ଟ ସୂଚନା ମିଳିପାରିବ । ସେହିପରି ସେ ଏକାଧିକ ଯୁବତୀଙ୍କୁ ବିବାହ କରିବା ସହ ସୟଦ ଇଶାନର ୫ରୁ ୬ଟି ପିଲା ଥିବା ନେଇ ମଧ୍ୟ ସୂଚନା ରହିଛି ।
ସେହିପରି ଇଶାନ ବୁଖାରିର ୬ଟି ବ୍ୟାଙ୍କ ଆକାଉଣ୍ଟ ରହିଛି । ଆବଶ୍ୟକ ପଡିଲେ NIA ଏହି ଘଟଣାର ତଦନ୍ତ କରିପାରେ ବୋଲି ମଧ୍ୟ ଏସଟିଏଫ୍ ଏସପି ସୂଚନା ଦେଇଛନ୍ତି । କାଲି ବୁଖାରୀର ରିମାଣ୍ତ ନେବା ପାଇଁ ଆବେଦନ କରାଯିବ ।
ସୂଚନାଥାଉ ଯେ, ଗତକାଲି ଯାଜପୁର ଜିଲ୍ଲା ନେଉଳପୁରରୁ କାଶ୍ମୀର ଆତଙ୍କବାଦୀକୁ ଗିରଫ କରାଯାଇଥିଲା । ସେ ଦୀର୍ଘ ଦିନ ହେବ ନିଜରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଇ ଆସୁଥିଲା । ସେହିପରି ସେ କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ସେନା ଅଫିସର ଭାବେ ପରିଚୟ ଦେଉଥିଲା ।












Click it and Unblock the Notifications